fbpx

ବିବାହ ପରେ ଜଣାପଡ଼ିଲା ପତ୍ନୀ ହେଉଛି ପର୍ଣ୍ଣ ଷ୍ଟାର୍, ପ୍ରଥମ ଦେଖାରୁ ହୋଇଥିଲା ପ୍ରେମ

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିଙ୍କୁ ପ୍ରଥମ ଦେଖାରୁ ଏକ ଯୁବତୀଙ୍କ ସହିତ ପ୍ରେମ ହୋଇଗଲା । ବନ୍ଧୁତା, ସମ୍ପର୍କରେ ପରିଣତ ହେଲା । ଆଉ ବ୍ୟକ୍ତି ଜଣକ ତାଙ୍କୁ ବିବାହ ମଧ୍ୟ କଲେ । କିନ୍ତୁ ବ୍ୟକ୍ତି ଜଣକ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେତେବେଳେ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ପତ୍ନୀ ଜଣେ ଚର୍ଚ୍ଚିତ ପର୍ଣ୍ଣ ଷ୍ଟାର୍ ରହିସାରିଛନ୍ତି ।

ଏହି ମାମଲା ବ୍ରିଟେନ୍ ରୁ ଆସିଛି । ୩୪ ବର୍ଷର ଏମୀ କ୍ରିଷ୍ଟଫର୍ସ ଜଣେ ୨୬ ବର୍ଷିୟ ଜୋଶ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ । ତେବେ ଏମୀ ବିବାହ ପୂର୍ବରୁ ଅନେକ ଏକ୍ସ-ରେଟେଡ୍ ଫିଲ୍ମ ରେ କାମ କରି ସାରିଛନ୍ତି । ଏମୀ “ବ୍ରାଣ୍ଡି ବ୍ରେଭର୍” ନାଁର ବ୍ୟବହାର କରି ଅନେକ ଆଡଲ୍ଟ ଫିଲ୍ମରେ କଳାକାର ଭାବରେ ଅଭିନୟ କରିସାରିଛନ୍ତି । ୨୫ ବର୍ଷ ବୟସରୁ ସେ ଏକ୍ସ-ରେଟେଡ୍ ମୁଭି ଶୁଟିଂ କରିସାରିଛନ୍ତି ।

ଏମୀଙ୍କ ଅତୀତ ସମ୍ପର୍କରେ ଜଣାପଡ଼ିବାରେ ତାଙ୍କ ସ୍ୱାମୀ ଜୋଶଙ୍କ ସାଙ୍ଗ କହିଛନ୍ତି ଯେ, “ତାଙ୍କୁ ଏହି ସପ୍ତାହରେ ଏମୀଙ୍କ ଅତୀତ ସମ୍ପର୍କରେ ଜଣାପଡ଼ିଥିଲା । ଜୋଶ ପ୍ରଥମ ଥର ପାଇଁ ଏହା ଜାଣିବାପରେ ତାଜୁବ୍ ହୋଇଯାଇଥିଲେ । କିନ୍ତୁ ଏବେ ତାର ବିଚାର ହେଉଛି ସମସ୍ତଙ୍କର ଏକ ଅତୀତ ଥାଏ” ।

ଦୁହିଁଙ୍କ ସମ୍ପର୍କରେ ଜାଣିବା ପରେ ସେମାନେ ଛାଡ଼ପତ୍ର ନେବାକୁ ଚିନ୍ତା କରୁଥିଲେ । ଏକ ଇଣ୍ଟରଭିୟୁରେ ଏମୀ କହିଛନ୍ତି ଯେ, ଜୋଶଙ୍କ ସହ ଦେଖା ହେବାପରେ ଖୁବ୍ ଭଲ ଲାଗିଥିଲା ଓ ସେ ନିଜର ପ୍ରଥମ ସ୍ତ୍ରୀ ଠାରୁ ଅଲଗା ହୋଇସାରିଥିଲେ । ହେଲେ ଏବେ ଗୋଟିଏ ଫ୍ଲାଟରେ ରହୁଥିବାରୁ ଅନେକ ସମୟରେ ଝଗଡ଼ା ହେଉଛି ।

Get real time updates directly on you device, subscribe now.