fbpx

ଶାହଙ୍କ ବାସଭବନରେ ଅମରିନ୍ଦର; ବିଜେପିରେ ଯୋଗ ଦେବା ସମ୍ଭାବନା ବଢିଲା

ନୂଆଦିଲ୍ଳୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବିଜେପିରେ ଯୋଗ ଦେବାର ସମ୍ଭାବନା ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀ ଗସ୍ତରେ ରହିଥିବା ଅମରିନ୍ଦର ବୁଧବାର ସନ୍ଧ୍ୟାରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ଚଳିତ ମାସ ୧୮ ତାରିଖରେ ଅମରିନ୍ଦର ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିଲେ ।
ଅମରିନ୍ଦର ବିଜେପିରେ ଯୋଗ ଦେଉଥିବା ନେଇ ଖବର ସୃଷ୍ଟି ହୋଇଥିଲେ ମଧ୍ୟ ଏହାକୁ ସେ ଖଣ୍ଡନ କରି ଆସିଥିଲେ । ଏପରିକି ମଙ୍ଗଳବାର ଯାତ୍ରା ପୂର୍ବରୁ ସେ କୌଣସି ରାଜନୈତିକ ବ୍ୟକ୍ତିତ୍ୱଙ୍କୁ ଭେଟୁନଥିବା ସ୍ପଷ୍ଟ କରିଥିଲେ ଅମରିନ୍ଦର । ତେବେ ବୁଧବାର ସମସ୍ତ କଳ୍ପନା ଜଳ୍ପନାକୁ ପଛରେ ପକାଇ ଅମିତ ଶାହଙ୍କ ସରକାରୀ ବାସଭବନରେ ତାଙ୍କୁ ଭେଟିଛନ୍ତି ଅମରିନ୍ଦର । ଏହି ଘଟଣା ପରେ ଅମରିନ୍ଦର ବିଜେପିରେ ଯୋଗ ଦେବାର ସମ୍ଭାବନା ବୃଦ୍ଧି ପାଇଛି । ଉଲ୍ଲେଖଯୋଗ୍ୟ ଯେ, ସିଦ୍ଧୁଙ୍କ ସହିତ ବିବାଦ ପରେ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିଲେ ।

Get real time updates directly on you device, subscribe now.