fbpx

ରୟାଲ୍ସ ବନାମ ରୟାଲ ଚ୍ୟାଲେଞ୍ଜର୍ସ: ଟସ ଜିତି କୋହଲିଙ୍କ ଫିଲ୍ଡିଂ ନିଷ୍ପତ୍ତି

ନୂଆଦିଲ୍ଳୀ: ଆଇପିଏଲର ୪୩ ତମ ମୁକାବିଲାରେ ପରସ୍ପର ସମ୍ମୁଖୀନ ହେବାକୁ ଯାଉଛନ୍ତି ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଆରସିବି ଅଧିନାୟକ ବିରାଟ କୋହଲି ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ରାଜସ୍ଥାନ ପୂର୍ବ ମ୍ୟାଚର ଦଳ ଅପରିବର୍ତ୍ତିତ ରଖିଥିବା ବେଳେ ବାଙ୍ଗାଲୋର ଦଳରେ ଜର୍ଜ ଗାର୍ଟୋନଙ୍କୁ ସାମିଲ କରାଯାଇଛି ।

ଏହି ମ୍ୟାଚ ପୂର୍ବରୁ ବାଙ୍ଗାଲୋର ପଏଣ୍ଟ ଟେବଲରେ ତୃତୀୂୟ ସ୍ଥାନରେ ରହିଥିବା ବେଳେ ରାଜସ୍ଥାନ ୭୮ ନମ୍ବର ସ୍ଥାନରେ ରହିଛି । ଏହି ମ୍ୟାଚରେ ବିଜୟୀ ହୋଇ ପ୍ଲେ ଅଫ୍ ଆଡକୁ ବଢିବା ଲକ୍ଷ୍ୟରେ ରହିଛି ବାଙ୍ଗାଲୋର । ଅନ୍ୟ ପକ୍ଷରେ ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରଖିବା ପାଇଁ ଏହି ମ୍ୟାଚ ସଞ୍ଜୁ ସାମସନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ।

Get real time updates directly on you device, subscribe now.