fbpx

ପ୍ରକାଶ ପାଇଲା OJEE ରେଜଲ୍ଟ; ବିଟେକରେ ପୀୟୁଷ ଚନ୍ଦୁକା ଟପ୍ପର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବୁଧବାର ପ୍ରକାଶ ପାଇଛି ଓଜେଇଇ ପରୀକ୍ଷାଫଳ । ବୁଧବାର ପ୍ରକାଶିତ ପରୀକ୍ଷାଫଳରେ ୪୯ ହଜାର ୨୭୯ ଜଣ ରାଙ୍କରେ ଥିବା ଜଣାପଡିଛି । ସମୁଦାୟ ୪୯୩୬୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୪୯ ହଜାର ୨୭୯ ଜଣ ରାଙ୍କରେ ସ୍ଥାନ ପାଇଛନ୍ତି । www.ojee.nic.in ରୁ ପରୀକ୍ଷାର୍ଥୀ ମାନେ ରାଙ୍କ କାର୍ଡ ପାଇପାରିବେ ବୋଲି ଜଣାପଡିଛି ।
ବିଟେକ୍(ସ୍ପେଶାଲ)ରେ ପୀୟୁଷ ଚନ୍ଦୁକା ଟପ୍ପର ହୋଇଥିବା ବେଳେ ବି. ଫାର୍ମାରେ ଲକ୍ଷ୍ମୀପ୍ରିୟା ସେନାପତି ଟପ୍ପର ହୋଇଛନ୍ତି । ଏମବିଏରେ ଆଶୁତୋଷ ରଥ, ଏମସିଏରେ ନିଶିକାନ୍ତ ପରିଡା, ଏମ ଫାର୍ମାରେ କେ ସଞ୍ଜନା ସୁବୁଦ୍ଧି ଟପ୍ପର ହୋଇଛନ୍ତି ।

Get real time updates directly on you device, subscribe now.