fbpx

ଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ମାମଲା: ଗିରଫ ପରେ ଜେଲ ଗଲେ ଡେପୁଟୀ ଏସପି

ବାରଣାସୀ: ବହୁଜନ ସମାଜ ପାର୍ଟୀର ସାଂସଦ ଅତୁଲ ରାୟଙ୍କ ଉପରେ ଦୁଷ୍କର୍ମ ମାମଲା ରୁଜୁ କରାଇଥିବା ଯୁବତୀ ଏବଂ ତାଙ୍କ ସାକ୍ଷୀଙ୍କ ଦ୍ୱାରା ସୁପ୍ରିମ କୋର୍ଟ ସମ୍ମୁଖରେ ଆତ୍ମହତ୍ୟା କରିବା ମାମଲାରେ ବାରଣାସୀର ତତ୍କାଳୀନ ଡେପୁଟୀ ଏସପି ଅମରେଶ ସିଂହ ବଘେଲଙ୍କ ଗିରଫ କରାଯାଇଛି । ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଛି, ପରେ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜିତକୁ ପଠାଯାଇଛି ।

ଏଡିସିପି କରୁଣା ପ୍ରତାପ ପ୍ରବଲ ପ୍ରତାପ ସିଂହଙ୍କ ନେତୃତ୍ୱରେ ଗଠିତ ଟିମ୍ ଅମରେଶ ସିଂହ ବଘେଲଙ୍କୁ ଗିରଫ କରିଛନ୍ତି । ବିଳମ୍ବିତ ରାତିରେ ତାଙ୍କୁ ଲଙ୍କା ଥାନାରେ ହାଜର କରାଯାଇଥିଲା ଏବଂ ତାଙ୍କ ଉପରେ ଅନେକ ମାମଲା ରୁଜୁ କରାଯାଇଛି । ଆତ୍ମହତ୍ୟା ପାଇଁ ଉସ୍କାଇବା ଭଳି ଅନେକ ଧାରାରେ ମାମଲା ରୁଜୁ କରାଯାଇଛି । ସୂଚନାଯୋଗ୍ୟ ଅମରେଶ ସିଂହଙ୍କ ଉପରେ ସାଂସଦ ଅତୁଲ ରାୟଙ୍କୁ ସାହାଯ୍ୟ କରିବା ନେଇ ଅଭିଯୋଗ ରହିଛି । ତାଙ୍କୁ ବାରାବାଙ୍କୀ ଟୋଲ ପ୍ଲାଜାରୁ ବିଳମ୍ବିତ ରାତିରେ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ ଗତ ୧୬ ଅଗଷ୍ଟରେ ପୀଡିତା ଯୁବତୀ ଏବଂ ମାମଲାରେ ସାକ୍ଷୀ ଥିବା ଯୁବତୀଙ୍କୁ ବନ୍ଧୁ ସତ୍ୟମ ରାୟ ସୁପ୍ରିମ କୋର୍ଟ ବାହାରେ ଆତ୍ମହତ୍ୟା କରିଥିଲେ । ଚିକିତ୍ସିତ ଅବସ୍ଥାରେ ତାଙ୍କର ଉଭୟଙ୍କର ମୃତ୍ୟୁ ହୋଇଥିଲା । ଯୁବତୀ ଜଣକ ମେ ୧ ୨୦୧୯ରେ ବାରଣାସୀର ଲଙ୍କା ଥାନାରେ ଅତୁଲ ରାୟଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ, ଏବଂ ଏହି ମାମଲାରେ ଅତୁଲ ରାୟ ୨୨ ଜୁନ ୨୦୧୯ ଠାରୁ ଜେଲରେ ଅଛନ୍ତି । ଅଭିଯୋଗ ହୋଇଛି ଘଟଣାର ଯାଞ୍ଚକୁ ନେଇ ଅନୁଚିତ ଟିପ୍ପଣୀ ଦେଇଥିଲେ ସିଓ ଅମରେଶ ସିଂହ ।

Get real time updates directly on you device, subscribe now.