fbpx

ଆଶ୍ୱସ୍ତିର ଖବର: DL, RC ଭଳି ଡକ୍ୟୁମେଣ୍ଟର ବଢ଼ିଲା ବୈଧତା, ତୁରନ୍ତ କରନ୍ତୁ ରିନ୍ୟୁ

ନୂଆଦିଲ୍ଲୀ: ଡ୍ରାଇଭିଂ ଲାଇସେନ୍ସ, ପଞ୍ଜୀକରଣ ପ୍ରମାଣ ପତ୍ର(ଆରସି) ଏବଂ ଅନ୍ୟ ପରମିଟ୍ ର ବୈଧତାକୁ ଅକ୍ଟେବର ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଏପର୍ଯ୍ୟନ୍ତ ଏହାର ବୈଧତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରହିଥିଲା । କିନ୍ତୁ ଏହାର ସମୟ ସୀମାକୁ ବଢ଼ାଇ ଦିଆଯାଇଛି । ଗାଡ଼ି ସହ ଜଡ଼ିତ ଜରୁରୀ ଦସ୍ତାବିଜ୍ ର ବୈଧତା ଯଦି ଆପଣଙ୍କର ସରିଯାଇଛି ତେବେ ଆପଣ ଚିନ୍ତା କରନ୍ତୁ ନାହିଁ । ସରକାର ଏନେଇ ଆଉ ଏକ ମାସ ସମୟ ଦେଇଛନ୍ତି । ଏହି ଅବଧିରେ ଆପଣ ମାନେ ଗାଡ଼ି ସହ ଜଡ଼ିତ ଜରୁରୀ ଦସ୍ତାବିଜ୍ କୁ ରିନ୍ୟୁ କରାଇପାରିବେ ।

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ମୁତାବକ, କୋଭିଡ୍ -୧୯ ମହାମାରୀ କାରଣରୁ ଏହି ନିଷ୍ପତି ନିଆଯାଇଛି । ତେବେ ଏହା ପ୍ରଥମ ଥର ନୁହେଁ ବରଂ ପୂର୍ବରୁ ଅନେକ ଥର ଏପରି ନିଷ୍ପତି ନିଆଯାଇଛି । ସବୁଠାରୁ ପ୍ରଥମେ ମୋଦୀ ସରକାର ମାଚ୍ଚ ୩୦ ତାରିଖ ୨୦୨୦ ରେ ବୈଧତା ବଢ଼ାଇବା ନେଇ ନିଷ୍ପତି ନେଇଥିଲେ । ସେ ସମୟରେ ଦେଶରେ ଲକଡାଉନ୍ ଜାରି ରହିଥିଲା । ଏହା ପରଠାରୁ ଅନେକ ଥର ସମୟ ସୀମାକୁ ବଢ଼ାଯାଇଛି । ତେବେ ବର୍ତ୍ତମାନ ପୁଣିଥରେ ଗାଡ଼ିର ତମାମ ଡକ୍ୟୁମେଣ୍ଟର ବୈଧତା ବଢ଼ାଇବାକୁ ସୁଯୋଗ ଦିଆଯାଇଛି ।

ସୁଚନାଯୋଗ୍ୟ, ଦିଲ୍ଲୀ ସରକାର ମଧ୍ୟ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଗାଡ଼ିର ଡ୍ରାଇଭିଂ ଲାଇସେନ୍ସ, ଆରସି ଓ ଅନ୍ୟ ଜରୁରୀ ଦସ୍ତାବିଜ୍ ର ବୈଧତାକୁ ବଢ଼ାଇଥିଲେ । କିନ୍ତୁ ଏବେ ଏହାକୁ ଦିଲ୍ଳୀ ସରକାର ନଭେମ୍ବର ୩୦ ଯାଏଁ ବଢ଼ାଇଛନ୍ତି ।

Get real time updates directly on you device, subscribe now.