fbpx

ଅଳ୍ପ ବୟସରେ ବିବାହ, ୨୦ ବର୍ଷରେ ୪-୪ଟି ଛୁଆ…ସରକାରୀ ରିପୋର୍ଟ ଖୋଲିଲା ମହିଳାଙ୍କ ସ୍ୱାସ୍ଥ୍ୟରେ କେରଳ ମଡେଲ୍ ଗୁମର

ଥିରୁବନନ୍ତପୁରମ: କେରଳ ସରକାରଙ୍କ ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ୨୦୧୯ ରେ ଶିଶୁଙ୍କୁ ଜନ୍ମ ଦେଇଥିବା ୪.୩୭ ପ୍ରତିଶତ ମା’ଙ୍କ ବୟସ ୧୫ରୁ ୧୬ ବର୍ଷ ମଧ୍ୟରେ ରହିଛି । ଏମାନଙ୍କ ମଧ୍ୟରୁ କିଛି ଜଣଙ୍କର ୧୯ ବର୍ଷରେ ଦୁଇଟି କିମ୍ବା ତିନିଟି ଲେଖାଏଁ ଶିଶୁ ଜନ୍ମ ହୋଇଛି । ମହିଳା ସଶକ୍ତିକରଣ ଏବଂ ଶିକ୍ଷାରେ ପ୍ରଗତି ହେଉଥିବା ପରେ ବି କେରଳରେ ବାଲ୍ୟ ବିବାହର ମାତ୍ରା ଖୁବ୍ ଚିନ୍ତଜନକ ରହିଛି ।

ସେପ୍ଟେମ୍ବରରେ ରାଜ୍ୟ ଅର୍ଥନୀତି ଏବଂ ପରିସଂଖ୍ୟାନ ବିଭାଗ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏସମ୍ପର୍କରେ ତଥ୍ୟ ଦିଆଯାଇଛି । ଏହି ରିପୋର୍ଟରେ ଥିବା ତଥ୍ୟ ଖୁବ୍ ଆଶ୍ଚର୍ଯ୍ୟଜନକ । ୨୦ହଜାର ୯୯୫ ମା’ ୧୫ରୁ ୧୯ ବର୍ଷ ମଧ୍ୟରେ । ଏମାନଙ୍କ ମଧ୍ୟରୁ ୧୫, ୨୪୮ ଜଣ ସହରାଞ୍ଚଳରେ ରୁହନ୍ତି । କେବଳ ୫,୭୪୭ ଜଣ ଗ୍ରାମାଞ୍ଚଳରେ ରୁହନ୍ତି । ରିପୋର୍ଟ ଅନୁସାରେ, ୧୦ ବର୍ଷରୁ କମ୍ ବୟସର ମା’ ମାନଙ୍କ ମଧ୍ୟରୁ ୩୧୬ ଜଣ ନିଜ ଦ୍ୱିତୀୟ ସନ୍ତାନ ଜନ୍ମ କରିଛନ୍ତି । ସେହିପରି ୫୯ ଜଣ ନିଜ ତୃତୀୟ ଶିଶୁ ଓ ୧୬ ଜଣ ନିଜର ଚତୁର୍ଥ ଶିଶୁକୁ ଜନ୍ମ ଦେଇଛନ୍ତି ।

ଯଦି ଧର୍ମ ଅନୁଯାୟୀ ଦେଖିବା ତେବେ ଏହି ଆଧାରରେ ୧୧ ହଜାର ୭୨୫ ଜଣ ମା’ ମୁସଲିମ୍ ରହିଛନ୍ତି । ସେହିପରି ୩,୧୩୨ ଜଣ ହିନ୍ଦୁ ଓ ୩୬୭ ଇସାଇ ଧର୍ମର ରହିଛନ୍ତି । ଏହି ସଂଖ୍ୟା ସହରାଞ୍ଚଳର ବୋଲି ଜଣାପଡ଼ିଛି । ଅନ୍ୟପଟେ ଯଦି ଶିକ୍ଷା ଆଧାରରେ ଦେଖିବା ତେବେ ଏହି ସଂଖ୍ୟା ଆହୁରି ଆଶ୍ଚର୍ଯ୍ୟଜନକ । ଏହି ଆକଳନରେ ଅଧିକାଂଶ ମହିଳା ଶିକ୍ଷିତ ରହିଛନ୍ତି । ଅର୍ଥାତ୍ ୧୬,୧୩୯ ଜଣ ଦଶମ ପର୍ଯ୍ୟନ୍ତ ପଢ଼ିଛନ୍ତି ବା ପାସ୍ କରିଛନ୍ତି । କେବଳ ୫୭ ଜଣ ଅକ୍ଷର ପାଠ ପଢ଼ିନାହାନ୍ତି । ସେହିପରି ୩୮ ଜଣ ପ୍ରାଥମିକ ଶିକ୍ଷା ପର୍ଯ୍ୟନ୍ତ ପଢ଼ିଥିବା ବେଳେ ୧୪୬୩ ଜଣ ପ୍ରାଥମିକ ଠାରୁ ଦଶମ ଶ୍ରେଣୀ ଭିତରେ ଅଧ୍ୟୟନ କରିଛନ୍ତି ।

 

Get real time updates directly on you device, subscribe now.