fbpx

ଫୁଟ୍ ଓଭର୍ ବ୍ରିଜ୍ ତଳେ ଫସିଗଲା ଏୟାର୍ ଇଣ୍ଡିଆ ବିମାନ, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ଏୟାର ଇଣ୍ଡିଆ ବିମାନ ଫୁଟଓଭର ବ୍ରିଜ ତଳେ ଅଟକି ରହିଛି। ଦିଲ୍ଲୀକୁ ଗୁରୁଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଏହି ଘଟଣା ଘଟିଛି। ପ୍ରାୟ ୪୦ ସେକେଣ୍ଡର ଭିଡିଓରେ ଏହା ଦେଖିବାକୁ ମିଳେ ଯେ ବିମାନଟି ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଅଟକି ରହିଥିଲା। କୁହାଯାଇପାରେ ଯେ, ବିମାନଟି ଫୁଟ୍ ଓଭର ବ୍ରିଜ୍ ତଳ ଦେଇ ଯାଉଥିଲା ଓ ଏହି ସମୟରେ ବିମାନର ପଛ ଅଂଶ ବ୍ରିଜ୍ ତଳେ ଅଟକି ରହିଗଲା । ଏହାର ଭିଜୁଆଲ୍ ଏବେ ଖୁବ୍ ଭାଇରାଲ୍ ହେଉଛି ।

ଭିଡିଓ ସାମନାକୁ ଆସିବା ପରେ ଏୟାର ଇଣ୍ଡିଆ ପକ୍ଷରୁ ତତ୍କାଳ ପ୍ରତିକ୍ରିୟା ମିଳିଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହା କୌଣସି ଦୁର୍ଘଟଣା ନୁହେଁ । ଏକ ଖରାପ ବିମାନକୁ ଟ୍ରାନ୍ସପୋର୍ଟ କରାଯାଉଥିଲା । ଏହି ଖରାପ ବିମାନକୁ ଯିଏ କିଣିଛନ୍ତି ସେ ହିଁ ବିମାନକୁ ନେଇ ଯାଉଥିଲେ । ଏୟାର ଇଣ୍ଡିଆର ପ୍ରବକ୍ତା କହିଛନ୍ତି ଯେ, ଏହା ଏକ ଖରାପ ବିମାନ, ଯାହାର ବିକ୍ରି ସରିଛି ।

Get real time updates directly on you device, subscribe now.