fbpx

ଏୟାର ଚିଫ୍ ମାର୍ଶଲଙ୍କ ଚେତାବନୀ: ଚୀନ୍‌କୁ ମୁକାବିଲା ପାଇଁ ଭାରତୀୟ ବାୟୁସେନା ପ୍ରସ୍ତୁତ

ନୂଆଦିଲ୍ଲୀ, : ଭାରତ ଓ ଚୀନ୍‌ ମଧ୍ୟରେ ସୃଷ୍ଟି ହୋଇଥିବା ସୀମା ବିବାଦ ଏଯାଏ ଥମି ନଥିବା ବେଳେ ଲାଇନ୍‌ ଅଫ୍‌ ଆକଚୁଆଲ୍‌ କଣ୍ଟ୍ରୋଲ୍‌ (ଏଲ୍‌ଏସି)ର ଅପରପାର୍ଶ୍ୱରେ ଥିବା ୩ଟି ଘାଟିରେ ଚୀନ୍‌ ବାୟୁସେନା ଲଢ଼ୁଆ ବିମାନ ମୁତୟନ କରିଛି । ଭାରତୀୟ ବାୟୁସେନା ମଧ୍ୟ ଚୀନ୍‌କୁ ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିଛି । ଭାରତୀୟ ସେନା ସବୁ ପ୍ରକାରର ପରିସ୍ଥିତିର ଜବାବ ଦେବାକୁ ପ୍ରସ୍ତୁତ ବୋଲି ଭାରତୀୟ ବାୟୁସେନା ମୁଖ୍ୟ ଭି.ଆର୍‌. ଚୌଧୁରୀ ମଙ୍ଗଳବାର କହିଛନ୍ତି ।

ଏୟାର ଚିଫ ମାର୍ଶଲ ଭି.ଆର୍‌. ଚୌଧୁରୀ କହିଛନ୍ତି ଯେ, ଚୀନ୍‌ ବାୟୁସେନାର ମାରକ କ୍ଷମତା ଅପେକ୍ଷାକୃତ ଦୁର୍ବଳ । ଏହାସହ ଭାରତୀୟ ବାୟୁସେନାରେ ରାଫେଲ୍‌ ବିମାନ, ଆପାଚେ ହେଲିକପ୍ଟର ସାମିଲ ହେବା ଆମ ଦକ୍ଷତା ବୃଦ୍ଧି କରିଛି ବୋଲି ସେ କହିଛନ୍ତି । ଆଗକୁ ମଧ୍ୟ ଭାରତୀୟ ବାୟୁସେନାକୁ ଅଧିକ ଶସକ୍ତ କରିବାକୁ ପ୍ରୟାସ କରାଯାଉଛି ବୋଲି ସେ କହିଛନ୍ତି । ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ବାୟୁସେନାରେ ସାମିଲ ହେବା ଆମ କାଉଣ୍ଟର ଆଟାକ ପ୍ରକ୍ରିୟାକୁ ଆହୁରି ମଜବୁତ କରିଛି । ସବୁ ପରିସ୍ଥିତି ପାଇଁ ଆମେ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.