fbpx

ଗ୍ରାହକଙ୍କୁ ଏହି ଟେଲିକମ କମ୍ପାନୀ ମାଗଣାରେ ଦେଉଛି 4G SIM, ୩୧ ଡିସେମ୍ବର ପର୍ଯ୍ୟନ୍ତ ଅଫର ଉପଲବ୍ଧ

ନୂଆଦିଲ୍ଲୀ: ବିଏସଏନଏଲ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଆସନ୍ତା ଡିସେମ୍ବର ମାସ ୩୧ ତାରିଖ ପର୍ଯ୍ୟନ୍ତ ଗ୍ରାହକଙ୍କୁ ଫ୍ରିରେ ୪ଜି ସିମ୍ ପ୍ରଦାନ କରାଯାଉଛି । କିଛିଦିନ ପୂର୍ବରୁ କମ୍ପାନୀ ଏହି ଅଫର ଲଞ୍ଚ କରିଥିଲା । ମାତ୍ର ଏବେ ତାହା ସମସ୍ତ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଛି । ଏଥିପାଇଁ ଗ୍ରାହକମାନେ ପ୍ରଥମ ରିଚାର୍ଜ ୧୦୦ ଟଙ୍କାରୁ ଅଧିକ ମୂଲ୍ୟର କରିବାକୁ ପଡ଼ିବ ।

ତେବେ ଏହି ଅଫର ବର୍ତ୍ତମାନ କେବଳ କେରଳ ସର୍କଲ ପାଇଁ ଉପଲବ୍ଧ ହେଉଛି । ଖୁବଶୀଘ୍ର ତାହା ଅନ୍ୟ ସର୍କଲରେ ଉପଲବ୍ଧ ହେବ ବୋଲି କୁହାଯାଇଛି । ନୂଆ ଗ୍ରାହକ ଓ ଅନ୍ୟ ଅପରେଟରଙ୍କୁ ବିଏସଏନଏଲ ନେଟୱାର୍କକୁ ପୋର୍ଟ କରିବା ପାଇଁ କମ୍ପାନୀ ପକ୍ଷରୁ ଏହି ଅଫର ଲଞ୍ଚ କରାଯାଇଛି । ଏହି ଅଫର ଚଳିତ ବର୍ଷ ଏପ୍ରିଲରେ ଆରମ୍ଭ ହୋଇଥିଲା । ବିଏସଏନଏଲର ଏହି ୪ଜି ସିମର ମୂଲ୍ୟ ୨୦ ଟଙ୍କା ରିହଥିବା ବେଳେ ଯଦି ଆପଣ ନୂଆ ଓ ଏମଏନପି ୟୁଜର ହୋଇଥିବେ ତେବେ ତାହା ଫ୍ରିରେ ମିଳିପାରିବ । ଏହି ମାଗଣା ବେନିଫିଟକୁ ଆପଣ ବିଏସଏନଏଲ ଗ୍ରାହକ ସେବା କେନ୍ଦ୍ର, ସିଏସସି ଓ ରିଟେଲ ଆଉଟଲେଟରୁ ପାଇପାରିବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.