fbpx

ଡ୍ରଗ୍ସ ପାଇଁ ଆର୍ଯ୍ୟନଙ୍କ ନିକଟରେ ପଇସା ନଥିଲା; ଜାମିନ ଶୁଣାଣି ବେଳେ ଏମିତି କହିଲେ ଓକିଲ

ମୁମ୍ବାଇ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଡ୍ରଗ୍ସ ସେବନ ମାମଲାର ଜାମିନ ଶୁଣାଣି ମୁମ୍ବାଇର ଏସପ୍ଲାନେଡ କୋର୍ଟରେ ଜାରି ରହିଛି । ଆର୍ଯ୍ୟନ ଖାନଙ୍କ ନିକଟରେ ଡ୍ରଗ୍ସ ସେବନ ପାଇଁ ପଇସା ନଥିଲା ବୋଲି ତାଙ୍କ ଓକିଲ ଅମିତ ଦେଶାଇ ଯୁକ୍ତି କରିଛନ୍ତି । ଏହା ସହିତ ବିକ୍ରି ପାଇଁ କୌଣସି ନିଶା ପଦାର୍ଥ ତାଙ୍କ ନିକଟରେ ନଥିବା ବେଳେ ସେବନ କରିବା ନିମିତ୍ତ ମଧ୍ୟ କୌଣସି ଡ୍ରଗ୍ସ ଉପଲବ୍ଧ ନଥିଲା ।

ଆର୍ଯ୍ୟନ ଉକ୍ତ ପାର୍ଟିକୁ ଆମନ୍ତ୍ରିତ ହୋଇ ଆସିଥିଲେ । ଆର୍ଯ୍ୟନଙ୍କୁ ଉକ୍ତ ପାର୍ଟିକୁ ଡାକିଥିବା ଲୋକ ଏଯାଏଁ କାହିଁକି ଗିରଫ ହୋଇ ନାହାନ୍ତି ବୋଲି ମଧ୍ୟ ଆର୍ଯ୍ୟନଙ୍କ ଓକିଲ ଅମିତ ଦେଶାଇ ପ୍ରଶ୍ନ ଉଠାଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ପ୍ରତୀକ ଗାବା ନାମକ ବ୍ୟକ୍ତି ଆର୍ଯ୍ୟନଙ୍କୁ ଉକ୍ତ ପାର୍ଟିର ଆମନ୍ତ୍ରଣ ଦେଇଥିଲେ ।

Get real time updates directly on you device, subscribe now.