fbpx

ଭାରତୀୟ ଦଳକୁ ଝଟକା: ଟି-୨୦ ବିଶ୍ୱକପରୁ ବାଦ ପଡିଲେ ଅକ୍ଷର, ଶାର୍ଦ୍ଦୁଲ ସାମିଲ

ନୂଆଦିଲ୍ଳୀ : ଅପକମିଙ୍ଗ ଟି-୨୦ ୱାର୍ଲ୍ଡ କପ ପୂର୍ବରୁ ଭାରତୀୟ ଦଳକୁ ଝଟକା । ଭାରତୀୟ ଦଳରୁ ବାଦ ପଡିଛନ୍ତି ସ୍ପିନର ଅକ୍ଷର ପଟେଲ । ଅକ୍ଷରଙ୍କ ସ୍ଥାନରେ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ଶାର୍ଦ୍ଦୁଲ ଠାକୁର । ଆଇପିଏଲରେ ଚମକ୍ରାର ପ୍ରଦର୍ଶନ ପରେ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ସ୍ଥାନରେ ଶାର୍ଦ୍ଦୁଲଙ୍କ ସାମିଲ କରିବା ନିଷ୍ପତ୍ତି ନେଇଛନ୍ତି ଚୟନକର୍ତ୍ତା ।
୧୫ଜଣିଆ ମୁଖ୍ୟ ଦଳରେ ଶାର୍ଦ୍ଦୁଲ ଠାକୁରଙ୍କୁ ସାମିଲ କରାଯାଇଥିବା ବେଳେ ଅକ୍ଷର ପଟେଲ ବର୍ତ୍ତମାନ ଷ୍ଟାଣ୍ଡବାଇ ଦଳରେ ସାମିଲ ହୋଇଛନ୍ତି । ଏହା ବ୍ୟତିତ ଶ୍ରେୟସ ଆୟର ଓ ଦୀପକ ଚହରଙ୍କୁ ମଧ୍ୟ ଷ୍ଟାଣ୍ଡ ବାଇ ଭାବରେ ରଖାଯାଇଛି । ଆଇପିଏଲ ପାଇଁ ବାୟୋ ବବଲରେ ସାମିଲ ରହିଥିବା ୮ ଜଣ ଖେଳାଳିଙ୍କୁ ଭାରତୀୟ ଦଳ ସହିତ ଅଭ୍ୟାସ ପାଇଁ ରଖାଯାଇଛି । ଆଭେଶ ଖାନ, ଉର୍ମାନ ମଲିକ, ହର୍ଷଲ ପଟେଲ, ଲୁକମାନ ମେରିୱାଲା, ଭେଙ୍କଟେଶ ଆୟର, କର୍ଣ୍ଣ ଶର୍ମା, ଶାହବାଜ ଅହମଦ ଓ କ୍ରିଷ୍ଣପ୍ପା ଗୌତମଙ୍କୁ ଏହି ୮ ଖେଳାଳିଙ୍କୁ ସାମିଲ କରାଯାଇଛି ।

Get real time updates directly on you device, subscribe now.