fbpx

ମନୀଷଙ୍କୁ ହତ୍ୟା କରି ପାଣିକୁ ଫୋପଡା ଯାଇଥିଲା; ପୋଷ୍ଟମର୍ଟମ ରିପୋର୍ଟ ଖୋଲିଲା ଗୁମର!

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାରେ ତନାଘନା କରୁଛି କମିଶନରେଟ ପୋଲିସ । କମିଶନରେଟ ପୋଲିସକୁ ଏହି ମାମଲାରେ ଏକ ନୂତନ ସୁରାକ ମିଳିଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା ବଢିବାରେ ଲାଗିଛି । ମନୀଷ ଅନୁରାଗଙ୍କ ପୋଷ୍ଟ ମର୍ଟମ ରିପୋର୍ଟରେ ପାଣିରେ ପଡିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ପାଣିରେ ବୁଡିବା କାରଣରୁ ତାଙ୍କର ମୃତ୍ୟୁ ହୋଇନଥିବା ନେଇ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି କାରଣରୁ ମନୀଷଙ୍କୁ ହତ୍ୟା କରାଯିବା ପରେ ପାଣିରେ ଫୋପଡା ଯାଇଥିବା ସନ୍ଦେହ ବଢିବାରେ ଲାଗିଛି ।

ସୂଚନା ମୁତାବକ, ବାରରେ ୩୫ ହଜାର ଟଙ୍କାର ବିଲ୍ ହୋଇଥିଲା । ଟଙ୍କା କିଏ ଦେବ ତାକୁ ନେଇ ବିବାଦ ହୋଇଥିଲା । ଏହାକୁ ନେଇ ମନୀଷ ଓ ସାଙ୍ଗମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ସୂଚନା ମିଳିଛି । ଟଙ୍କା ନଦେବାରୁ ମନୀଷଙ୍କ ମୋବାଇଲ ବନ୍ଧକ ରଖିଥିଲେ ବାର କର୍ମଚାରୀ । ଫଳରେ ମନୀଷ ଘରୁ ଟଙ୍କା ମଗାଇ ବିଲ୍ ଦେଇଥିଲେ । ମୋବାଇଲ ବନ୍ଧକ ରଖିବାକୁ ନେଇ ମନୀଷଙ୍କୁ ବହୁତ ବାଧିଥିଲା । ଫଳରେ ଟଙ୍କା ଦେବା ପରେ ମନୀଷ ଏକା ଏକା ହୋଟେଲରୁ ବାହାରକୁ ଆସିଥିଲେ ବୋଲି ସୂଚନା ମିଳିଛି । ବାରରୁ ବାହାରିବା ପରେ ବି ସାଙ୍ଗମାନଙ୍କ ସହିତ ମନୀଷଙ୍କ ବଚସା ହୋଇଥିଲା । ବିଲ ପେମେଣ୍ଟ ଓ ଅନ୍ୟ କୌଣସି କାରଣରୁ ବଚସା ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.