fbpx

ବୋଲରଙ୍କ ଠାରୁ ଅଧିକ ୱିକେଟ ନେଇଛନ୍ତି ଏହି ୬ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: କ୍ରିକେଟ ଅନିଶ୍ଚିତତାର ଖେଳ । ଏହା ଆପଣ ସର୍ବଦା ଶୁଣିଥିବେ । ତେବେ ଏମିତି କିଛି ତଥ୍ୟ ଯାହା ବିଶ୍ୱାସ କରିବା କଷ୍ଟ । ଯେମିତିକି କ୍ରିକେଟର କିମ୍ବଦନ୍ତୀ ସ୍ପିନର ସେନ ୱାର୍ଣ୍ଣେଙ୍କ ଠାରୁ ଅଧିକ ୱିକେଟ ଅକ୍ତିଆର କରିଛନ୍ତି ଶ୍ରୀଲଙ୍କାର ସନଥ ଜୟସୁରିଆ । ୱାର୍ଣ୍ଣେ ୨୯୩ ଦିନିକିଆ ୱିକେଟ ନେଇଥିବା ବେଳେ ଜୟସୁରିଆ ନିଜ କ୍ୟାରିୟରରେ ୩୨୩ ୱିକେଟ ନେଇଛନ୍ତି । ଏହି ପାର୍ଟ ଟାଇମ ବୋଲର ମାନେ ନିଜ ବୋଲିଂ ଜରିଆରେ ୱିକେଟ ଅକ୍ତିଆର କରିବା ସହିତ ଦଳକୁ ବିଜୟୀ କରାଇଥାନ୍ତି । ଏହି ୬ ଖେଳାଳିଙ୍କ ମଧ୍ୟରେ ଭାରତ ଓ ପାକିସ୍ତାନର ୨ ଜଣ ଲେଖାଏଁ କ୍ରିକେଟର ରହିଥିବା ବେଳେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆର ଜଣେ ଲେଖାଏଁ କ୍ରିକେଟର ରହିଛନ୍ତି ।

ସଚିନ ତେନ୍ଦୁଲକର:

ବିଶ୍ୱ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହକାରୀ ସଚିନ ତେନ୍ଦୁଲକର ନିଜ ବୋଲିଂ ଜାଲରେ ୨୦୧ ଜଣ ବ୍ୟାଟ୍ସମ୍ୟାନଙ୍କୁ ଫସାଇବାରେ ସମର୍ଥ ହୋଇଛନ୍ତି । କ୍ୟାରିୟରର ଶେଷ ଆଡକୁ ସଚିନ ବୋଲିଂ କରିବା ବନ୍ଦ କରି ଦେଇଥିଲେ ମଧ୍ୟ କ୍ୟାରିୟର ଆରମ୍ଭରୁ ଉଭୟ ସ୍ପିନ ଓ ପେସ ବୋଲିଂ କରୁଥିଲେ ସଚିନ୍ । ପିଚର ପରସ୍ଥିତିକୁ ଦେଖି ସଚିନ ଉଭୟ ଅଫ୍ ସ୍ପିନ, ଲେଗ୍ ସ୍ପିନ ସହିତ ମିଡିୟମ ପେସ ବୋଲିଂ କରିଥାନ୍ତି । ସଚିନଙ୍କ ୱିକେଟ ନେବାର ଦକ୍ଷତା ଅନେକ ମ୍ୟାଚରେ ଭାରତକୁ ବିଜୟୀ କରାଇବାରେ ସମର୍ଥ ହୋଇଛି ।

ସୋଏବ ମଲିକ:

ପାକିସ୍ତାନର ଏହି ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ ନିଜ କ୍ୟାରିୟର ଅଲରାଉଣ୍ଡର ଭାବରେ ଆରମ୍ଭ କରିଥିଲେ । ତେବେ ପରବର୍ତ୍ତୀ ସମୟରେ କେବଳ ପାର୍ଟ ଟାଇମ ବୋଲର ଭାବରେ ଖେଳିଥିଲେ ମଲିକ । ମଲିକ ୨୧୮ଟି ୱିକେଟ ନେଇ ଏହି ତାଲିକାର ୫ମ ସ୍ଥାନରେ ରହିଛନ୍ତି ।

ସୌରଭ ଗାଙ୍ଗୁଲି:

ଭାରତୀୟ କ୍ରିକେଟର ଏହି ସଫଳତମ ଅଧିନାୟକ ଜଣକ ଜଣେ ଶ୍ରେଷ୍ଠୁ ବ୍ୟାଟ୍ସମ୍ୟାନ ରହିଥିବା ବେଳେ ଜଣେ ଉପଯୋଗୀ ମିଡିୟମ ପେସର ଅଟନ୍ତି । ୧୦୦ଦିନିକିଆ ଏବଂ ୩୨ଟି ଟେଷ୍ଟ ୱିକେଟ ନେବାର ରେକର୍ଡ ସୌରଭଙ୍କ ନାମରେ ରହିଛି । ଭାରତ ଯେଉଁ ସମୟରେ ଜଣେ ପେସ ବୋଲରଙ୍କୁ ନେଇ ପଡିଆକୁ ଓହ୍ଲାଏ ସୌରଭ ସେହି ମ୍ୟାଚରେ ଦ୍ୱିତୀୟ ପେସରର ଭୂମିକା ନିଭେଇ ଥାନ୍ତି ।

ମହମ୍ମଦ ହଫିଜ୍:

ପାକିସ୍ତାନର ପୂର୍ବତନ ଅଧିନାୟକ ମହମ୍ମଦ ହଫିଜ୍ ମଧ୍ୟ ୨୪୬ଟି ୱିକେଟ ନେଇଛନ୍ତି । ହଫିଜ୍ ବ୍ୟାଟ ଜରିଆରେ ଏତେଟା ସଫଳତା ହାସଲ କରି ପାରିନଥିଲେ ହେଁ ନିଜ ବୋଲିଂ ଜରିଆରେ ସଭିଙ୍କୁ ପ୍ରଭାବିତ କରିଥିଲେ । ବାମହାତୀ ବ୍ୟାଟ୍ସମ୍ୟାନଙ୍କ ସମ୍ମୁଖରେ ହଫିଜ ଅତ୍ୟନ୍ତ ଚମକ୍ରାର ବୋଲିଂ କରିଥାନ୍ତି ।

ଆଣ୍ଡ୍ର୍ୟୁ ସାଇମଣ୍ଡସ:

ସଚିନ ତେନ୍ଦୁଲକରଙ୍କ ପରି ଉଭୟ ପେସ ଓ ସ୍ପିନ ବୋଲିଂ କରିଥାନ୍ତି ସାଇମଣ୍ଡସ । ବଲ୍ ବାଉନ୍ସ କରାଇବାର କ୍ଷମତା ରଖୁଥିବା ସାଇମଣ୍ଡସ ଅନ୍ତର୍ଜାତୀୟ କ୍ରିକେଟରେ ୧୬୫ଟି ୱିକେଟ ଅକ୍ତିଆର କରିଛନ୍ତି ।

ସନଥ ଜୟସୁରିଆ:

ଶ୍ରୀଲଙ୍କାର ଓପନର ସନଥ ଜୟସୁରିଆ ଏକମାତ୍ର ଖେଳାଳି ଭାବରେ ୧୦ ହଜାର ରନ ପୂରଣ କରିବା ସହିତ ୩୦୦ ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି । ସେନ ୱାର୍ଣ୍ଣେଙ୍କ ପରି କିମ୍ବଦନ୍ତୀଙ୍କ ଠାରୁ ମଧ୍ୟ ଅଧିକ ୱିକେଟ ନେଇଛନ୍ତି ଜୟସୁକରିଆ । ୱାର୍ଣ୍ଣେ ୨୯୩ ଦିନିକିଆ ୱିକେଟ ନେଇଥିବା ବେଳେ ଜୟସୁରିଆ ନିଜ କ୍ୟାରିୟରରେ ୩୨୩ ୱିକେଟ ନେଇଛନ୍ତି ।

Get real time updates directly on you device, subscribe now.