fbpx

ମହାନବନୀ: କନ୍ୟା ପୂଜନ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପାଦ ଧୋଇବା ସହ ନିଜ ହାତରେ ଖୁଆଇଲେ ଭୋଜନ

ଲଖନଉ : ଶାରଦୀୟ ନବରାତ୍ରର ନବମୀ ତିଥିରେ ମୁଖ୍ୟମନ୍ତ୍ରୀ ତଥା ଗୋରଖପୀଠାଧୀଶ୍ୱର ଯୋଗୀ ଆଦିତ୍ୟନାଥ ଗୋରଖନାଥ ମନ୍ଦିରରେ ନବନିର୍ମିତ ଅନ୍ନ କ୍ଷେତ୍ର ଭବନରେ ବିଧି ପୂର୍ବକ ପରମ୍ପରା ସହିତ କନ୍ୟା ପୂଜନ କରିଛନ୍ତି । ସେ ମା ଭଗବତୀଙ୍କ ନଅ ସ୍ୱରୂପର ପ୍ରତୀକ ଭାବେ ନଅ କନ୍ୟା ଏବଂ ବଟୁକ ଭୈରବଙ୍କ ପୂଜାର୍ଚ୍ଚନା କରିଛନ୍ତି । ଏହା ପରେ ନଅ କନ୍ୟାଙ୍କୁ ନିଜ ହାତରେ ଭୋଜନ କରାଇ ଦକ୍ଷିଣା ସହିତ ବିଦାୟ ଦେଇଛନ୍ତି । ଏହିସମୟରେ ମନ୍ଦିରରେ ପହଞ୍ଚିଥିବା ଅନ୍ୟ କନ୍ୟାଙ୍କୁ ମଧ୍ୟ ଶ୍ରଦ୍ଧା ସହକାରେ ଭୋଜନ କରାଇ ବିଦାୟ ଦିଆଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ମାତୃଶକ୍ତି ଆରାଧନା ଆମ ଦେଶର ସଂସ୍କୃତି ଅଟେ । ଏଥିପାଇଁ ନବରାତ୍ରର ନବମ ଦିନରେ କନ୍ୟା ପୂଜନର ବିଧାନ ରହିଛି ।

କନ୍ୟାପୂଜନ ସମୟ ମଧ୍ୟାହ୍ନ ୧୨ଟାରେ ନିର୍ଦ୍ଧାରିତ ଥିଲା । ତେଣୁ ନିର୍ଦ୍ଧାରିତ ସମୟ ପୂର୍ବରୁ ମନ୍ଦିର ପକ୍ଷରୁ ଆମନ୍ତ୍ରିତ କନ୍ୟାମାନେ ପୂଜା ସ୍ଥଳରେ ପହଞ୍ଚି ଯାଇଥିଲେ । ମୁଖ୍ୟମନ୍ତ୍ରୀ ପହଞ୍ଚିବା ସହିତ ପୂଜା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସର୍ବ ପ୍ରଥମେ ପାଳି ଅନୁଯାୟୀ ନଅ କନ୍ୟାଙ୍କ ଥାଳରେ ଛିଡା କରାଯାଇ ସେମାନଙ୍କର ପାଦ ପ୍ରଖ୍ୟାଳନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହା ପରେ ଟିକା ଲଗାଇ ଚୁନରି ଓଢା ଯାଇଥିଲା । ପୂଜା ପରେ କନ୍ୟାଙ୍କ ଭୋଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

 

ମୁଖ୍ୟମନ୍ତ୍ରୀ ଜଣକ ପରେ ଜଣେ କନ୍ୟାଙ୍କ ପାଖକୁ ଯାଇ ପଚାରି ପଚାରି ଥାଳିରେ ନିଜ ହାତରେ ଭୋଜନ କରାଇଥିଲେ । ଏହି ସମୟରେ ସେ କନ୍ୟାଙ୍କୁ ଗେଲ ମଧ୍ୟ କରିଥିଲେ । ଭୋଜନ ପରେ ମୁଖ୍ୟମନ୍ତ୍ରୀ ସମସ୍ତ କନ୍ୟାଙ୍କୁ ନିଜ ହାତରେ ଦକ୍ଷିଣା ଦେଇ ସମ୍ମାନର ସହ ବିଦାୟ ଦେଇଥିଲେ ।

 

Get real time updates directly on you device, subscribe now.