fbpx

ଚାଷୀ ଆନ୍ଦୋଳନ ହତ୍ୟାକାଣ୍ଡରେ ସମ୍ପୃକ୍ତ ନିହଙ୍ଗ ଶିଖ୍; ଧର୍ମଗ୍ରନ୍ଥକୁ ଅପମାନିତ କରିଥିଲା ମୃତକ

ନୂଆଦିଲ୍ଲୀ: ସିଂଘୁ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନରେ ଜଣେ ଆନ୍ଦୋଳନରତ ଚାଷୀଙ୍କୁ ହତ୍ୟା କରାଯାଇଥିଲା । ଚାଷୀ ଜଣଙ୍କ ନାମ ଲଖବୀର ହୋଇଥିବା ବେଳେ ତାଙ୍କୁ ନିହଙ୍ଗ ଶିଖ ମାନେ ହତ୍ୟା କରିଥିବା ଜଣାପଡିଛି । ଗୁରୁବାର ସିଂଘୁ ସୀମାରେ ଜଣେ ଆନ୍ଦୋଳନରତ ଚାଷୀଙ୍କୁ ହତ୍ୟା କରାଯାଇ ବ୍ୟାରିକେଡରେ ଟାଙ୍ଗି ଦିଆଯାଇଥିଲା ।

ଘଟଣାସ୍ଥଳରେ ଉପସ୍ଥିତ ନିହଙ୍ଗ ଶିଖ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛନ୍ତି । ତେବେ ନିହଙ୍ଗ ସମ୍ପ୍ରଦାୟର ଏହି ବର୍ବର କାଣ୍ଡରୁ ନିଜକୁ ଦୂରେଇ ରଖିଛି ସଂଯୁକ୍ତ କିଶାନ ମୋର୍ଚ୍ଚା । ଉପସ୍ଥିତ ନିହଙ୍ଗ କିମ୍ବା ଲଖବୀର ସିଂ ସଂଯୁକ୍ତ କିଶାନ ମୋର୍ଚ୍ଚାର ସଦସ୍ୟ ନଥିବା କହିଛି ସଙ୍ଗଠନ । ଏହି ଘଟଣା ପାଇଁ ଲଖବୀର ସିଂଙ୍କୁ ଦାୟୀ କରିଛନ୍ତି ନିହଙ୍ଗ । ନିହଙ୍ଗଙ୍କ ଧର୍ମଗ୍ରନ୍ଥ ସର୍ବାଲୋହ ଗ୍ରନ୍ଥକୁ ମୃତକ ଜଣଙ୍କ ଚିରିବାକୁ ଉଦ୍ୟମ କରିବା ପରେ ଏହି ବର୍ବର କାଣ୍ଡ ଘଟିଥିବା କହିଛନ୍ତି ନିହଙ୍ଗ ସମ୍ପ୍ରଦାୟର ବ୍ୟକ୍ତି ।

Get real time updates directly on you device, subscribe now.