fbpx

ତାଲିବାନ ଗଡ଼ରେ ମସଜିଦ ବିସ୍ଫୋରଣ; ନମାଜ ପଢୁଥିବା ସମୟରେ ୩୨ ମୃତ; ୪୦ ଆହତ

ନୂଆଦିଲ୍ଳୀ: ଆଫଗାନିସ୍ତାନର ଏକ ମସଜିଦରେ ବିସ୍ଫୋରଣ ଘଟିବା ସହିତ ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆଫଗାନିସ୍ତାନର କାନ୍ଦାହାରରେ ଶୁକ୍ରବାର ଏହି ବିସ୍ଫୋରଣ ଘଟିଥିଲା । ଶିୟା ସମ୍ପ୍ରଦାୟର ଲୋକ ମସଜିଦରେ ନମାଜ ପଢିବା ପାଇଁ ରୁଣ୍ଡ ହୋଇଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ପୂର୍ବ ସପ୍ତାହରେ ମଧ୍ୟ କୁନ୍ଦୁଜ ପ୍ରଦେଶରେ ସମାନ ଧରଣର ବିସ୍ଫୋରଣ ଘଟିଥିଲା । ଆଫଗାନିସ୍ତାନରେ ବିସ୍ଫୋରଣ ନୂଆ ହୋଇନଥିବା ବେଳେ ଏହି ତାଲିବାନର ଗଡ କାନ୍ଦାହାରରେ ବିସ୍ଫୋରଣ ହେବା ସମସ୍ତଙ୍କୁ ଚକିତ କରିଛି । ଆତଙ୍କୀ ସଙ୍ଗଠନ ଆଇଏସଆଇ ପକ୍ଷରୁ ଶିୟା ମାନଙ୍କ ଉପରେ ନିୟମିତ ଆକ୍ରମଣ କରାଯାଉଛି ।
ଏହା ପୂର୍ବରୁ ଅକ୍ଟୋବର ୮ରେ ମଧ୍ୟ ସମାନ ଧରଣର ଏକ ଆକ୍ରମଣରେ ୫୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିଲେ । ଉଭୟ ଆକ୍ରମଣରେ ଶିୟା ମୁସଲିମ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଆଇଏସଆଇ ନିଜକୁ ଦାୟୀ କରିଛି । ଉଇଗର ସମ୍ପ୍ରଦାୟ ମୁସଲିମଙ୍କୁ ବାହାର କରିବା କାରଣରୁ ଶିୟା ଓ ତାଲିବାନ ବିରୋଧରେ ଏହି ଆକ୍ରମଣ କରାଯାଉଛି ବୋଲି ତାଲିବାନ ପକ୍ଷରୁ କୁହାଯାଇଛି । ଚୀନ ଚାପରେ ତାଲିବାନ ଉଇଗର ସମ୍ପ୍ରଦାୟ ମୁସଲିମଙ୍କୁ ବାହାର କରିଥିଲା ବୋଲି ଆଇଏସ ଆଇଏସ ଦାବି କରିଛି ।

Get real time updates directly on you device, subscribe now.