fbpx

ବାଂଲାଦେଶରେ ଇସ୍କନ ମନ୍ଦିରରେ ହିନ୍ଦୁ ଭକ୍ତଙ୍କୁ ପିଟିପିଟି ମାରିଦେଲେ, ସାମନାକୁ ଆସିଲା ଭିଡିଓ

ଢ଼ାକା: ବାଂଲାଦେଶରେ ହିନ୍ଦୁ ମନ୍ଦିର ଗୁଡ଼ିକ ଉପରେ ହମଲା ଜାରି ରହିଛି । ଶୁକ୍ରବାର ଦିନ ନୋଆଖାଲୀ ଅଞ୍ଚଳରେ ଥିବା ଇସ୍କନ ମନ୍ଦିର ଉପରେ ବିରୋଧୀ ମାନେ ଆକ୍ରମଣ କରିଥିଲେ । ମନ୍ଦିରରେ ଅନେକ ଭଙ୍ଗାରୁଜା କରିବା ସହିତ ମା’ ଦୁର୍ଗାଙ୍କ ପାଇଁ ତିଆରି ହୋଇଥିବା ତୋରଣ ବି ଭାଙ୍ଗି ଦେଇଥିଲେ । ଖାଲି ସେତିକି ନୁହେଁ ଜଣେ ଭକ୍ତଙ୍କୁ ଜୀବନରୁ ମାରିଦେଇଥିବା ମଧ୍ୟ ଜଣାପଡ଼ିଛି । ପାଖାପାଖି ୨୦୦ ଲୋକ ମନ୍ଦିର ଭିତରକୁ ମାଡ଼ି ଆସିଥିଲେ । ମୃତକଙ୍କ ପରିଚୟ ପାର୍ଥ ଦାସ ବୋଲି ଜଣାପଡ଼ିଛି । ତାଙ୍କ ଶବ ମନ୍ଦିର ପାଖ ପୋଖରୀରେ ପଡ଼ିଥିବା ମିଳିଥିଲା । ତେବେ ଏହି ଭଙ୍ଗାରୁଜାରେ ୧୭ ଜଣ ଲୋକ ଆହତ ହୋଇଛନ୍ତି ।

ଏହା ବ୍ୟତୀତ ଶନିବାର ଦିନ ମଧ୍ୟ ଉପଦ୍ରବୀ ମାନେ ମୁଶୀଗଞ୍ଜ ମନ୍ଦିର ଭିତରେ ପଶି ୬ଟି ମୂର୍ତ୍ତି ଭାଙ୍ଗି ଦେଇଥିଲେ । ଏହି ଭଙ୍ଗାରୁଜା ସକାଳ ୩ଟା ୪ଟା ମଧ୍ୟରେ ହୋଇଥିଲା । ସେ ସମୟରେ ମନ୍ଦିରରେ କୌଣସି ସୁରକ୍ଷା ବଳ ନଥିଲେ । ତେଣୁ ବିଦ୍ରୋହୀ ମାନେ ବିନା ଡରରେ ମନ୍ଦିରରେ ଭଙ୍ଗାରୁଜା କରିଥିଲେ । ତେବେ ଏହା ଭିତରେ ଇସ୍କନ ମନ୍ଦିରରେ ହୋଇଥିବା ହମଲାର ଏକ ଭିଡିସ ସାମନାକୁ ଆସିଛି । ଯାହାଏବେ ଖୁବ୍ ଭାଇରାଲ୍ ହେଉଛି । ଇସ୍କନର ଜଣେ ସଦସ୍ୟ ହିଁ ଭିଡିଓ କରି ଅପଲୋଡ୍ କରିଛନ୍ତି ।

Get real time updates directly on you device, subscribe now.