fbpx

ଶହ ଶହ ବର୍ଷ ପୁରୁଣା ମଦ ପାଇଁ ତିଆରି ହେଲା ମ୍ୟୁଜିୟମ; ଜାଣନ୍ତୁ କେଉଁଠି

ନୂଆଦିଲ୍ଳୀ: ଦେଶରେ ନିର୍ମାଣ ହୋଇଯାଇଛି ଏକ ମ୍ୟୁଜିୟମ ଯେଉଁଠି ସଂରକ୍ଷିତ ହୋଇ ରହିବ ମଦ । ଶହ ଶହ ବର୍ଷ ପୁରୁଣା ମଦକୁ ଏଠାରେ ରଖାଯିବ । ଶତାବ୍ଦୀ ପୁରୁଣା ମଦ, ଗ୍ଲାସ, ବୋତଲ ତଥା ବିଭିନ୍ନ ପାତ୍ର ଗୁଡିକୁ ଦର୍ଶକଙ୍କ ପାଇଁ ରଖାଯିବ । ଏହା ସହିତ ମଦ୍ୟ ପ୍ରସ୍ତୁତି ଉପକରଣ ମଧ୍ୟ ପ୍ରଦର୍ଶନୀ ପାଇଁ ରଖାଯିବ ।

ଗୋଆରେ ଏଭଳି ଏକ ନିଆରା ମ୍ୟୁଜିୟମ ସ୍ଥାପନ କରିଛନ୍ତି ଜଣେ ସ୍ଥାନୀୟ ବ୍ୟବସାୟୀ । ନନ୍ଦନ କୁଡଚାଡକର ନାମକ ବ୍ୟବସାୟୀ ଉତ୍ତର ଗୋଆ ସ୍ଥିତ କାଣ୍ଡୋଲିମରେ ଏଭଳି ଏକ ନିଆରା ସଂଗ୍ରହାଳୟ ସ୍ଥାପନ କରିଛନ୍ତି । ଗୋଆର ପର୍ଯ୍ୟଟନ ଏବଂ ଇତିହାସକୁ ସମଗ୍ର ବିଶ୍ୱରେ ଲୋକପ୍ରିୟ କରାଇବା ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ନନ୍ଦନ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.