fbpx

ଶପଥ ନେଲେ ହାଇକୋର୍ଟର ୩ ନୂଆ ବିଚାରପତି

କଟକ(ଓଡ଼ିଶା ଭାସ୍କର): ଓଡିଶା ହାଇକୋର୍ଟର ୩ ନୂଆ ବିଚାରପତି ଆଜି ଶପଥ ଗ୍ରହଣ କରିଛନ୍ତି । ନବ ନିଯୁକ୍ତ ତିନି ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ମୁରଲୀଧର । ଆଇନଜୀବୀ ମୃଗାଙ୍ଗ ଶେଖର ସାହୁ, ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକ ଶପଥ ନେଇଛନ୍ତି । ଜଷ୍ଟିସ୍ ଶଶିକାନ୍ତ ମିଶ୍ର ହାଇକୋର୍ଟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି ।

ତେବେ ଭାରତର ମହାମହିମ ରାଷ୍ଟ୍ରପତି ଏହି ୩ ଜଣଙ୍କୁ ସମ୍ବିଧାନର ୨୧୭ ପରିଚ୍ଛେଦ ଅନୁସାରେ ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ତିନି ଜଣଙ୍କ ମଧ୍ୟରୁ ଜଣେ ଆଇନଜୀବୀ ହୋଇଥିବାବେଳେ ଅନ୍ୟ ଦୁଇଜଣ ବିଚାର ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ତିନି ଜଣ ବିଚାରପତିଙ୍କୁ ମିଶାଇଲେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି । ତେବେ ଓଡ଼ିଶା ହାଇକୋର୍ଟରେ ମଞ୍ଜୁୁରୀପ୍ରାପ୍ତ ବିଚାରପତି ସଂଖ୍ୟା ହେଉଛି ୨୭ । ଗତ ୮ ତାରିଖରେ ଜଷ୍ଟିସ ଯଶୱନ୍ତ ସିଂ ଓ ଜଷ୍ଟିସ ଅରିନ୍ଦମ ସିହ୍ନା ଓଡ଼ିଶା ହାଇକୋର୍ଟ ବିଚାରପତି ଭାବେ ଶପଥ ନେଇଥିଲେ ।

Get real time updates directly on you device, subscribe now.