fbpx

ସମୁଦ୍ରରୁ ମିଳିଲା ୯୦୦ ବର୍ଷର ପୁରୁଣା ଖଣ୍ଡା

ନୂଆଦିଲ୍ଲୀ: ସମୁଦ୍ରରୁ ମିଳିଲା ୯୦୦ ବର୍ଷର ପୁରୁଣା ଖଣ୍ଡା । ଇସ୍ରାଏଲ ସମୁଦ୍ର ଉପକୂଳରୁ ତିନି ଫୁଟ ଲମ୍ବର ଏହି ଖଣ୍ଡାକୁ ପାଇଛନ୍ତି ଜଣେ ସ୍କୁବା ଡାଇଭର । ତେବେ କେବଳ ଏହି ଖଣ୍ଡା ନୁହେଁ ଅନେକ ପୁରାତନ କଳାକୃତି ମଧ୍ୟ ପାଇଛନ୍ତି । ଏନେଇ ସୋମବାର ଇସ୍ରାଏଲ ଆଣ୍ଟିକ୍ୱିଟିସ ଅଥରିଟି(ଆଇଏଏ) ଏକ ବିବୃତ୍ତିରେ କହିଛନ୍ତି ।

ଆଇଏଏ କହିଛି ଯେ ଏହି କଳାକୃତିଗୁଡ଼ିକ ଢ଼େଉ ଏବଂ କରେଣ୍ଟ ଯୋଗୁଁ ସମୁଦ୍ର ଭିତରୁ ଉପକୂଳକୁ ଆସିଥାଇପାରେ । ଅକ୍ଟୋବର ୯ରେ ସ୍କୁବା ଡ୍ରାଇଭର ପାଣିରେ ଡାଇଭିଙ୍ଗ କରୁଥିବାବେଳେ ତାଙ୍କୁ ମିଳିଥିଲା ଏହି ଖଣ୍ଡା ଏହା ସହ ତାଙ୍କୁ ଅନ୍ୟ ପୁରାତନ କଳାକୃତି ମଧ୍ୟ ମିଳିଥିଲା ।

ଖଣ୍ଡାଟି ପ୍ରାୟ ୨୦୦ ମିଟର ଉପକୂଳ ଠାରୁ ମିଳିଛି । ଆଇଏଏ ସାମୁଦ୍ରିକ ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶକ କୋୱି ସାରଭିତ୍ କହିଛନ୍ତି ଏହି ଖଣ୍ଡାର ଆକାରରୁ ଜଣାପଡ଼ୁଛି ଏହା ୯୦୦ ବର୍ଷ ତଳର କ୍ରୁସେଡର ସଂପ୍ରଦାୟର ଖଣ୍ଡା ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.