fbpx

ଏସବିଆଇକୁ ବଡ଼ ଝଟକା: ଗାଇଡ୍‌ଲାଇନ୍‌ ନମାନିବାରୁ ୧କୋଟି ଟଙ୍କାର ଜରିମାନା ଲଗାଇଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଗାଇଡ୍‌ଲାଇନ୍‌ ନମାନିବାରୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ) ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) । ନିୟମ ଉଲଂଘନ କରିଥିବାରୁ ଆରବିଆଇ ଦେଶର ସର୍ବବୃହତ ବ୍ୟାଙ୍କ ଏସବିଆଇ ଉପରେ ୧କୋଟି ଟଙ୍କାର ଜରିମାନା ଲଗାଇଛି ଆର୍‌ବିଆଇ । ଧାରା ୪୭ଏ (୧) (ସି) ଏବଂ ବ୍ୟାଙ୍କ ନିୟମାବଳୀ ଅଧିନିୟମ, ୧୯୪୯ର ଧାରା ୪୬(୪) (ଆଇ) ଏବଂ ୫୧(୧) ଅନୁଯାୟୀ ଆରବିଆଇକୁ ଦିଆଯାଇଥିବା କ୍ଷମତାର ବ୍ୟବହାର କରି ଏସବିଆଇ ଉପରେ ଜରିମାନା ଲଗାଯାଇଛି ।

ଆର୍‌ବିଆଇ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ଏସ୍‌ବିଆଇରେ ଆକାଉଣ୍ଟ ଥିବା ଲୋକଙ୍କ କାଗଜପତ୍ର ଯାଞ୍ଚ କରାଯାଇଥିଲା । ଏହି ସମୟରେ ଏସବିଆଇ ଆରବିଆଇର ନିୟମ ପାଳନ କରୁନଥିବା ଦେଖିବାକୁ ମିଳିଥିଲା । ଏହା ପରେ ଆର୍‌ବିଆଇ ଏସବିଆଇକୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ଏସ୍‌ବିଆଇ ପକ୍ଷରୁ କାରଣ ଜଣାଯିବା ପରେ ଏହା ଉପରେ ବିଚାର କରି ଆରବିଆଇ ଏସବିଆଇ ଉପରେ ୧କୋଟି ଟଙ୍କାର ଜରିମାନା ଲଗାଇଛି ।

Get real time updates directly on you device, subscribe now.