fbpx

ଆର୍ଯ୍ୟନ ଖାନଙ୍କୁ ମିଳିଲାନି ଜାମିନ୍; ଏମିତି ବୟାନ ରଖିଲେ ସମୀର ୱାଙ୍ଖେଡେ

ନୂଆଦିଲ୍ଲୀ: ବୁଧବାର ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନର ଜାମିନ ଆବେଦନ ଖାରଜ ହୋଇଯାଇଛି । ଜାମିନ ଆବେଦନ ଖାରଜ ହେବା ପରେ ଏନସିବି ଜୋନାଲ ଡିରେକ୍ଟରଙ୍କ ବୟାନ ହିଁ ଚର୍ଚ୍ଚା ସୃଷ୍ଟି କରିଛି । ଆର୍ଯ୍ୟନ ଖାନ ମାମଲାରେ କୌଣସି ବୟାନ ଦେବାକୁ ମନା କରିବା ସହିତ ସତ୍ୟମେବ ଜୟତେ ବା ସତ୍ୟର ଜୟ ହେଉ ବୋଲି କହିଥିଲେ । ବୁଧବାର ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ । ଆର୍ଯ୍ୟନଙ୍କ ସମେତ ଅର୍ବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚାଙ୍କ ଜାମିନ ଆବେଦନ ମଧ୍ୟ କୋର୍ଟ ଖାରଜ କରି ଦେଇଥିଲେ ।

ଅକ୍ଟୋବର ୨ ତାରିଖରେ ସମୀର ୱାଙ୍ଖେଡେଙ୍କ ନେତୃତ୍ୱରେ ଏନସିବି ପକ୍ଷରୁ କର୍ଡେଲିଆ କ୍ରୁଜରେ ଏକ ରେଭ୍ ପାର୍ଟି ଉପରେ ଚଢାଉ କରାଯାଇଥିଲା । ଏହି ଚଢାଉରେ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ସମେତ ମୁନମୁନ ଧମେଚା ଓ ଅର୍ବାଜ ମର୍ଚ୍ଚାଣ୍ଟକୁ ଗିରଫ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହି ମାମଲାରେ ଗିରଫ ସଂଖ୍ୟା ୨୦ ଛୁଇଁଥିଲା । ବୁଧବାର ଆର୍ଯ୍ୟନ, ମୁନମୁନ ଓ ଅର୍ବାଜଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ବେଳେ ଅନ୍ୟ ୧୭ ଜଣଙ୍କ ଆବେଦନର ଶୁଣାଣି ଆସନ୍ତା କାଲି ହେବ । ଏହି ୩ ଜଣଙ୍କ ଓକିଲ ହାଇକୋର୍ଟରେ ଆବେଦନ କରିବା ନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.