fbpx

ଧରାପଡିଲେ ୩ ଜଣିଆ ମୋବାଇଲ୍ ଲୁଟେରା ଗ୍ୟାଙ୍ଗ, ୫୧ଟି ଦାମି ଫୋନ୍ ଓ ବାଇକ୍ ଜବତ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଖଣ୍ଡଗିରି ଥାନା ପୋଲିସ ୩ଜଣ ମୋବାଇଲ୍‌ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପୋଲିସ ସେମାନଙ୍କ ନିକଟରୁ ୫୧ଟି ମୋବାଇଲ୍‌ ସହ ଗୋଟିଏ ବାଇକ୍‌ ଜବତ କରିଛି । ଗିରଫ ଲୁଟେରାମାନେ ଭାଟପୁରର ସାଗର ପୁନ୍‌, ଆଇଗିଣିଆର ଦୀପ୍ତି ରଞ୍ଜନ ଓ ସୋମନାଥ ସାହୁ ବୋଲି ଜଣାପଡିଛି । ଗତ କିଛି ଦିନ ହେଲା ଏହି ଲୁଟେରା ମାନେ ଆତଙ୍କ ଖେଳାଇଥିଲେ । ଖାସ୍‌ କରି ଲୁଟେରାମାନେ ଖୋର୍ଦ୍ଧାର ପିତାପଲ୍ଲିରୁ ରସୁଲଗଡ଼ ପର୍ଯ୍ୟନ୍ତ ଯାଉଥିବା ଆଳୁ ଗାଡ଼ିକୁ ଟାର୍ଗେଟ କରୁଥିଲେ । ଏପରିକି ଆଇଗିଣିଆ ଆସୁଥିବା ଟ୍ରକକୁ ମଧ୍ୟ ଟାର୍ଗେଟ କରୁଥିଲେ ।

ପୋଲିସ ସୂଚନା ମୁତାବିକ, ଗତ ୧୨ ତାରିଖ ରାତିରେ ବିଷ୍ଣୁ କୁମାର ସାହୁ ରେଳ ଷ୍ଟେସନରୁ ଘରକୁ ଫେରୁଥିବା ବେଳେ ଆଳୁଗଦି ଅଣ୍ଡରପାସ୍‌ ନିକଟରେ ୩ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଥିଲେ । ମାଡ଼ ମାରି ମୋବାଇଲ୍‌ ସହ ବାଇକ୍‌ ଛଡ଼ାଇ ନେଇ ପଳାଇଥିଲେ । ଏନେଇ ବିଷ୍ଣୁ ଥାନାରେ ଅଭିଯୋଗ ପରେ ପୁଲିସ ଶୋ ରୁମ୍‌ର ସିସି କ୍ୟାମେରା ଫୁଟେଜ୍‌ ଜରିଆରେ ନେପୁକୁ ଚିହ୍ନଟ କରିଥିଲା । ନେପୁ ନାଁରେ ପୂର୍ବରୁ ଲୁଟ୍‌, ଛିନ୍‌ତାଇ ମାମଲା ଥିବାରୁ ପୁଲିସ ପ୍ରଥମେ ନେପୁକୁ ଉଠାଇ ଆଣି ଥାନାରେ ପଚରାଉଚରା କରିଥିଲା । ପରେ ଅନ୍ୟ ୨ ଅଭିଯୁକ୍ତ ଧରା ପଡିଥି଼ଲେ । ସେମାନଙ୍କଠାରୁ ପୁଲିସ୍‌ ସବୁ ଦାମୀ ମୋବାଇଲ୍‌ ଜବତ କରିଥିଲା । ଗତବର୍ଷ ଲକ୍‌ଡାଉନ୍‌ ବେଳୁ ଏମାନେ ଏକ ଗ୍ୟାଙ୍ଗ୍‌ କରି ଖଣ୍ଡଗିରି ଛକ, ଆଇଗିଣିଆ ଅଞ୍ଚଳରେ ଛିନତାଇ କରୁଥିବା ପୁଲିସ ସୂଚନା ଦେଇଛି ।

Get real time updates directly on you device, subscribe now.