fbpx

ମଲିକଙ୍କୁ ୱାଙ୍ଖେଡେଙ୍କ ଉତ୍ତର ; ଆଇନ ସହାୟତାରେ ଜବାବ ଦେବି

ମୁମ୍ବାଇ: ଆର୍ଯ୍ୟନ ଖାନ୍ ଡ୍ରଗ୍ସ ମାମଲାରେ ଏନସିବି ଜୋନାଲ ଡିରେକ୍ଟର ସମୀର ୱାଙ୍ଖେଡେଙ୍କୁ ନିୟମିତ ଭାବରେ ଆକ୍ରମଣ କରି ଚାଲିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ୍ । ଗୁରୁବାର ନୱାବ ମଲିକଙ୍କ ସମସ୍ତ ଅଭିଯୋଗର ଜବାବ ରଖିଛନ୍ତି ୱାଙ୍ଖେଡେ । ସେ କହିଛନ୍ତି ଆର୍ଯ୍ୟନ ଖାନ ଗିରଫ ପରଠାରୁ ମଲିକ ତାଙ୍କୁ ନିୟମିତ ଭାବରେ ଟାର୍ଗେଟ କରୁଛନ୍ତି । ତାଙ୍କ ପରିବାର, ପିତା ମାତା ଓ ଭଉଣୀଙ୍କୁ ନିୟମିତ ଭାବରେ ଟାର୍ଗେଟ କରୁଛି । ଏହି ମାମଲାରେ ସେ ଆଇନର ସହାୟତା ନେବେ ବୋଲି ୱାଙ୍ଖେଡେ କହିଛନ୍ତି । ସେହିପରି ନିଜର ମଲଡିଭସ ଛୁଟିକୁ ନେଇ ମଧ୍ୟ ୱାଙ୍ଖେଡେ ସ୍ପଷ୍ଟୋକ୍ତି ପ୍ରଦାନ କରିଛନ୍ତି । ଆବଶ୍ୟକୀୟ ଅଧିକାରୀଙ୍କ ନିକଟରୁ ଛୁଟି ନେଇଥିବା ସ୍ପଷ୍ଟ କରିଛନ୍ତି ୱାଙ୍ଖେଡେ ।
ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଡ୍ରଗ୍ସ ମାମଲାରେ ନୱାବ ୱାଙ୍ଖେଡେଙ୍କ ଚାକିରି ନେଇ ଯିବା ପରି ଧମକ ପ୍ରଦାନ କରିଥିଲେ । କେନ୍ଦ୍ର ସରକାରଙ୍କ ପାଖରେ ଗୋଟିଏ କାଠ ପୁତୁଳା ରହିଛି, ଆଉ ସେ ହେଉଛି ସମୀର ୱାଙ୍ଖଡେ । ଏହି ଅଧିକାରୀ ଜଣକ ଲୋକଙ୍କ ବିରୋଧରେ ମିଥ୍ୟା କେସ୍ ଲଗାଉଛି । ମୁଁ ତାଙ୍କୁ ଚ୍ୟାଲେଞ୍ଜ କରୁଛି ଯେ, ଗୋଟିଏ ବର୍ଷରେ ତାଙ୍କର ଚାକିରି ଛଡାଇ ନେବି ଏବଂ ତାଙ୍କୁ ଜେଲ୍ ପଠାଇକି ହିଁ ରହିବି । ଦେଶର ଜନତା ଆପଣଙ୍କୁ ଜେଲ୍ ନଯିବା ଯାଏଁ ଚୁପ୍ ହୋଇ ବସିବେ ନାହିଁ । ଆମ ପାଖରେ ମିଥ୍ୟା କେସର ପ୍ରମାଣ ରହିଛି ବୋଲି ନୱାବ ମଲିକ କହିଛନ୍ତି । ମଲିକ ଆରମ୍ଭରୁ ହିଁ ମୁମ୍ବାଇ କାର୍ଡିଲିଆ ଜାହାଜ ଡ୍ରଗ୍ସ କେସରେ ଏନସିବିର ତଦନ୍ତ ଉପରେ ପ୍ରଶ୍ନ ଉଠାଇ ଆସିଛନ୍ତି ।

Get real time updates directly on you device, subscribe now.