fbpx

ଖାଲିଥିବା ସମସ୍ତ ଶିକ୍ଷକ ପଦବୀ ପୂରଣ ହେବ, ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଖାଲି ପଡ଼ିଥିବା ସମସ୍ତ ଶିକ୍ଷକ ପଦବୀ ଖୁବଶୀଘ୍ର ପୂରଣ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା  ପ୍ରକଳ୍ପ ସଂଯୋଜକଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । କୋଭିଡ୍ ସ୍ଥିତିକୁ ବିଚାର କରି ଚଳିତ ଶିକ୍ଷାବର୍ଷରୁ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି । ବର୍ଷର ବିଭିନ୍ନ ସମୟରେ ସିବିଏସଇ ଢାଞ୍ଚାରେ ପରୀକ୍ଷା ହେବ । ଏହାର ବହୁଳ ପ୍ରଚାର ପ୍ରସାର କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଶ୍ରେଣୀଗୃହର ବିଦ୍ୟୁତୀକରଣ, ଶୌଚାଳୟ, ଜଳଯୋଗାଣ ସୁବିଧା, ବିଦ୍ୟାଳୟ ଓ ଏହାର ଚାରିପାଖ, ଖେଳପଡ଼ିଆ ଆଦିକୁ ପରିସ୍କାର ରଖିବା ସମ୍ପର୍କରେ ଉକ୍ତ ବୈଠକରେ ଆଲୋଚନା ହୋଇଥିଲା । ସ୍କୁଲର ଜମିବାଡ଼ି ମାଲିକାନା ସମ୍ପର୍କୀତ କାଗଜପତ୍ର ଠିକ୍ କରିବାକୁ ରାଜସ୍ୱ ବିଭାଗ ଓ ଜିଲ୍ଲାପାଳଙ୍କୁ କୁହାଯାଇଥିଲା । ଚଳିତ ମାସ ୩୧ ତାରିଖ ସୁଦ୍ଧା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ କୋଭିଡ୍-୧୯ ଟିକା ଦିଆଯିବା ନେଇ ସୁନିଶ୍ଚିତ କରିବାକୁ କୁହାଯାଇଥିଲା । ବିଭିନ୍ନ ସ୍କୁଲରେ ଛାତ୍ରୀଛାତ୍ରୀଙ୍କ ମଧ୍ୟରେ ନାସ୍ ପରୀକ୍ଷା କରିବା ପାଇଁ ଜାତୀୟ ଆଚିଭମେଣ୍ଟ ସର୍ଭେର ବ୍ୟାପକ ପ୍ରସ୍ତୁତି ନିମନ୍ତେ ଶ୍ରୀ ସାହୁ ଡିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.