fbpx

ଖୁସିଖବର! ଦୀପାବଳୀ ପୂର୍ବରୁ ଚାଷୀଙ୍କୁ ବଡ଼ ଉପହାର ଦେବେ ସରକାର, ଡବଲ ହେବ କିସ୍ତି ଟଙ୍କା

ନୂଆ ଦିଲ୍ଲୀ: ଚାଷୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସିଖବର । ଦୀପାବଳୀରୁ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ପରିମାଣକୁ ଦୁଇଗୁଣ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଯଦି ଏପରି ହୁଏ, ତେବେ କୃଷକମାନେ ବାର୍ଷିକ ୬,୦୦୦ ବଦଳରେ ୧୨,୦୦୦ ଟଙ୍କା ପାଇବେ । ସେହିପରି ଆପଣଙ୍କ ୨,୦୦୦ ଟଙ୍କାର କିସ୍ତି ମଧ୍ୟ ୪,୦୦୦ ଟଙ୍କାକୁ ବୃଦ୍ଧି ପାଇବ । ଦୀପାବଳୀ ସୁଦ୍ଧା ମୋଦି ସରକାର ଏହା ଘୋଷଣା କରିପାରିବେ ବୋଲି ଆଶଙ୍କା କରାଯାଉଛି ।

ତେବେ ବିହାରର କୃଷି ମନ୍ତ୍ରୀ ଅମରେନ୍ଦ୍ର ପ୍ରତାପ ସିଂ ଗତ କିଛି ଦିନ ପୂର୍ବରୁ ଦିଲ୍ଲୀରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଥିଲେ । ଏହାପରେ କିଷାନ ସମ୍ମାନ ନିଧିର ଟଙ୍କା ଦ୍ୱିଗୁଣିତ ହେବ ବୋଲି ଅମରେନ୍ଦ୍ର ଗଣମାଧ୍ୟମକୁ କହିଥିଲେ । ଏଥି ପାଇଁ ସରକାର ସମସ୍ତ ପ୍ରସ୍ତୁତି କରିଛନ୍ତି ବୋଲି ସେ କହିଥିଲେ ।

ଖୁବଶୀଘ୍ର ପିଏମ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀମାନଙ୍କୁ ଦଶମ କିସ୍ତି ମିଳିଯିବ । ସରକାର ଏହି ଯୋଜନା ଅଧୀନରେ ଦଶମ କିସ୍ତି ଜାରି କରିବାର ତାରିଖ ସ୍ଥିର କରିଛନ୍ତି । କିସ୍ତି ସ୍ଥାନାନ୍ତର ପାଇଁ ସମସ୍ତ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ଭାରତର ୧୧.୩୭ କୋଟି ଚାଷୀଙ୍କୁ ୧.୫୮ ଲକ୍ଷ କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି ।

Get real time updates directly on you device, subscribe now.