fbpx

ଭାରତ ଛାଡ଼ି ପାକିସ୍ତାନ ଚାଲିଯିବେ ଶାହରୁଖ ଖାନ! ଜାଣନ୍ତୁ ଏହି ଚର୍ଚ୍ଚା ପଛର ସତ୍ୟତା

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନଙ୍କ ଡ୍ରଗ୍ସ ମାମଲାରେ ଗିରଫ ନେଇ କେବଳ ଭାରତ ନୁହେଁ ପାକିସ୍ତାନରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ଶାହରୁଖଙ୍କ ଏଭଳି ପରିସ୍ଥିତିରେ ପାକର ବହୁ ଖ୍ୟାତନାମା ସେଲିବ୍ରେଟି ତାଙ୍କୁ ସମର୍ଥନ କରୁଥିବା ଦେଖାଯାଇଛି । ତେବେ ସେଠାକାର ଜଣେ ଆଙ୍କର ଶାହରୁଖଙ୍କୁ ନେଇ ଏକ ଭୟଙ୍କର ଟିପ୍ପଣୀ ଦେଇଛନ୍ତି । ଶାହରୁଖ ଭାରତ ଛାଡ଼ି ପାକିସ୍ତାନ ଚାଲିଯିବା ଉଚିତ ବୋଲି ଉକ୍ତ ଆଙ୍କର ଟ୍ୱିଟ କରିଛନ୍ତି । ତେବେ ଏହି ଟ୍ୱିଟ ପରେ ସେ ଆଙ୍କର ଜଣଙ୍କ ଟ୍ରୋଲ ହେଉଥିବା ଦେଖାଯାଇଛି ।

ବର୍ତ୍ତମାନ ଆର୍ଯ୍ୟନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ହେପାଜତରେ ରହିଥିବା ବେଳେ ତାଙ୍କୁ ଜାମିନ ମିଳୁପାରୁ ନାହିଁ । କ୍ରୁଜ ସିପରେ ଚାଲିଥିବା ରେଭ ପାର୍ଟିରୁ ତାଙ୍କୁ ଏନସିବି ଗିରଫ କରିଥିଲା । ତେବେ ତାଙ୍କର ଗିରଫଦାରୀକୁ ନେଇ ପଡ଼ୋଶୀ ଦେଶ ପାକିସ୍ତାନରେ ବହୁତ ଚର୍ଚ୍ଚା ହେଉଛି । ପାକର ଷ୍ଟାର, ସେଲିବ୍ରେଟିମାନେ ଏହି ମାମଲାରେ ଶାହରୁଖଙ୍କୁ ସମର୍ଥନ କରୁଛନ୍ତି । ଏଭଳି ସ୍ଥିତିରେ ସେଠାକାର ଜଣେ ଆଙ୍କର ୱାକର ଜାକା ଟ୍ୱିଟ କରିଛନ୍ତି ଯେ, ‘ଶାହରୁଖ ସାର, ଆପଣ ଭାରତ ଛାଡ଼ି ଦିଅନ୍ତୁ । ନିଜର ପରିବାର ସହ ପାକିସ୍ତାନରେ ଆସି ରୁହନ୍ତୁ । ମୋଦି ସରକାର ଆପଣଙ୍କ ପରିବାର ସହ ଯାହା କରୁଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ । ମୁଁ ଆପଣଙ୍କର ସାଥିରେ ରହିଛି ।’ ଏଭଳି ଭୟଙ୍କର ଟ୍ୱିଟ କରିବା ପରେ ୱାକର ବହୁଳ ଭାବେ ଟ୍ରୋଲ ହୋଇଥିବା ଜଣାପଡ଼ିଛି । ତେବେ କିଛି ୟୁଜର୍ସ ୱାକରଙ୍କୁ ସମର୍ଥନ କରିଥିବା ବେଳେ ଆଉ କିଛି ତାଙ୍କର ମଜାକ ଉଡ଼ାଉଥିବା ଦେଖାଯାଉଛି । ସୂଚନାଯୋଗ୍ୟ ଯେ, ଆର୍ଯ୍ୟନ ଗିରଫ ହେବା ପରେ ବଲିଉଡ ଶାହରୁଖଙ୍କ ସମର୍ଥନରେ ଆଗେଇ ଆସିଥିଲା । ଆର୍ଯ୍ୟନ ଗିରଫ ହେବା ଦିନ ସଲମାନ ଖାନ ଶାହରୁଖଙ୍କ ବଙ୍ଗଳା ମନ୍ନତରେ ପହଞ୍ଚିଥିଲେ । ଏଥିସହ ଫିଲ୍ମନିର୍ମାତା ସଞ୍ଜୟ ଗୁପ୍ତା ଓ ଡିଜାଇନର ଫରାହ ଖାନ ଅଲ୍ଲୀ ମଧ୍ୟ ଶାହରୁଖଙ୍କୁ ସମର୍ଥନ କରିଥିଲେ । ଭାରତରେ ମୁସଲିମ ହିରୋମାନଙ୍କୁ ଟାର୍ଗେଟ କରାଯାଉଛି ବୋଲି ପାକିସ୍ତାନର କିଛି ଗଣମାଧ୍ୟମରେ ମଧ୍ୟ ସ୍ତମ୍ଭ ପ୍ରକାଶିତ ହୋଇଥିଲା ।

Get real time updates directly on you device, subscribe now.