fbpx

ଏହି ଟିମ୍ ଜିତିଥିଲା ପ୍ରଥମ ୱାର୍ଲ୍ଡ କପ୍, ଜାଣନ୍ତୁ ସମସ୍ତ ତଥ୍ୟ

ନୂଆଦିଲ୍ଲୀ: ଚାଲିଛି ଆଇସିସି ଟ-୨୦ ୱାର୍ଲ୍ଡ କପ୍ ମହାସମର । କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଏହି ଟି ୨୦ ୱାର୍ଲ୍ଡ କପ୍ ମଧ୍ୟ ସବୁଠୁ ଲୋକପ୍ରିୟ । କ୍ରିକେଟ ୱାର୍ଲ୍ଡ କପ୍ ର ଏକ ଲମ୍ବା ଇତିହାସ ରହିଛି । ତେବେ ଆଜି ଆମେ ଆପଣଙ୍କୁ ପ୍ରଥମ କ୍ରିକେଟ ୱାର୍ଲ୍ଡ କପ୍ ବିଷୟରେ କହିବାକୁ ଯାଉଛୁ । ଏହାକୁ କିଏ ଜିତିଥିଲା ଏବଂ ଏହା କେବେ ଖେଳାଯାଇଥିଲା ।

ପ୍ରଥମ ୱାର୍ଲ୍ଡ କପ୍ ୧୯୭୫ ରେ ଖେଳାଯାଇଥିଲା ।  ଏହା ପ୍ରୁଡେନସିଆଲ କପ୍ ନାମରେ ମଧ୍ୟ ଜଣାଯାଏ । ଏହାର ସବୁ ମ୍ୟାଚ ଇଂଲଣ୍ଡରେ ଖେଳାଯାଇଥିଲା । ଫାଇନାଲ ମ୍ୟାଚ ଲଣ୍ଡନରେ ଲର୍ଡସରେ ଆୟୋଜିତ ହୋଇଥିଲା । ତେବେ ପ୍ରୁଡେନସିଆଲ ଇନସ୍ୟୁରାନ୍ସ କମ୍ପାନୀ ସେହି ସମୟରେ ଏହାର ସ୍ପନ୍ସର ଥିବାରୁ ଏହାର ନାମ ପ୍ରୁଡେନସିଆଲ କପ୍ ରହିଥିଲା । ପ୍ରଥମ ୱାର୍ଲ୍ଡ କପ୍ ରେ ୬୦-୬୦  ଓଭରର ମ୍ୟାଚ ଖେଳା ଯାଇଥିଲା ।

ଏହି ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ଭାରତ, ଶ୍ରୀଲଙ୍କା, ପାକିସ୍ତାନ, ୱେଷ୍ଟଇଣ୍ଡିଜ୍ ଏବଂ ଇଷ୍ଟ ଆଫ୍ରିକା ଭାଗ ନେଇଥିଲେ । ଏହି ୮ଟି ଟିମ୍ କୁ ୨ ଗ୍ରୁପରେ ଭାଗ କରାଯାଇଥିଲା । ଗ୍ରୁପର ପ୍ରତି ଟିମ୍ ଅନ୍ୟ ତିନି ଟିମ୍ ସହ ତିନିଟି ମ୍ୟାଚ ଖେଳିଥିଲେ । ପ୍ରଥମ ଗୁପ୍ରରୁ ନ୍ୟୁଜିଲାଣ୍ଡ ଏବଂ ଏବଂ ଇଂଲଣ୍ଡ ଟିମ୍ ଦ୍ୱିତୀୟ ଗ୍ରୁପରୁ ୱେଷ୍ଟଇଣ୍ଡିଜ ଏବଂ ଅଷ୍ଟ୍ରେଲିଆ ସେମିଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲ ମୁକାବିଲା ୨୧ ଜୁନ ୧୯୭୫ରେ ୱେଷ୍ଟଇଣ୍ଡିଜ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା ।

ଅଷ୍ଟ୍ରେଲିଆକୁ ୱେଷ୍ଟଇଣ୍ଡିଜ୍ ୧୭ ରନରେ ହରାଇଥିଲା । କ୍ଲାଇଭ ଲଏଡଙ୍କ ଅଧିନାୟକତ୍ୱରେ ୱେଷ୍ଟଇଣ୍ଡିଜ ବିଜୟ ନିଜ ନାମରେ କରିଥିଲା ।  କ୍ୟାପଟେନ କ୍ଲାଇଭ ଲଏଡ୍ ମ୍ୟାନ ଅଫ ଦ ମ୍ୟାଚ୍ ହୋଇଥିଲେ ।

Get real time updates directly on you device, subscribe now.