fbpx

ଥରେ ପ୍ରିମିୟମ ଦେଇ ମାସକୁ ପାଆନ୍ତୁ ୧୨ ହଜାର ଟଙ୍କା; LIC ଆଣିଛି ଦମଦାର ଅଫର

ନୂଆଦିଲ୍ଳୀ: ଥରେ ପ୍ରିମିୟମ ଦେବେ ଏବଂ ମାସିକ ୧୨ ହଜାର ଟଙ୍କା ମିଳିବ । ଶୁଣିବାକୁ ଅସମ୍ଭବ ଲାଗୁଥିଲେ ହେଁ ଏମିତି ଏକ ଚମକ୍ରାର ଅଫର ଆଣିଛି ଏଲଆଇସି । ଏଲଆଇସି ପକ୍ଷରୁ ଆପଣଙ୍କ ଅବସରକାଳୀନ ଯୋଜନା ଭାବରେ ଏହି ପ୍ଲାନ ଅଣାଯାଇଛି । କେବଳ ଥରେ ମାତ୍ର ପ୍ରିମିୟମ୍ ଭରନ୍ତୁ ଏବଂ ଜୀବନ ସାରା ପାଆନ୍ତୁ ମାସକୁ ୧୨ ହଜାର । ସରଳ ପେନସନ୍ ଯୋଜନା ନାମ ଏହି ପ୍ଲାନର ଆରମ୍ଭରେ ବର୍ଷକୁ ଥରେ ମାତ୍ର ପ୍ରିମିୟମ୍ ଭରିବାକୁ ପଡିବ । ୧ ଜୁଲାଇ ୨୦୨୦ରୁ ଏହି ପ୍ଲାନ ଆରମ୍ଭ କରି ସାରିଛି ଏଲଆଇସି ।

ଏହି ପଲିସିରେ ସିଙ୍ଗଲ ଲାଇଫ ଏବଂ ଜଏଣ୍ଟ ଲାଇଫ୍ ନାମକୁ ଦୁଇ ପ୍ରକାର ପ୍ଲାନ ରହିଛି । ସିଙ୍ଗଲ ଲାଇଫରେ ଆପଣ ଯେବେ ପର୍ଯ୍ୟନ୍ତ ଜୀବିତ ଅଛନ୍ତି ସେଯାଏଁ ପେନସନ ଏବଂ ମୃତ୍ୟୁ ପରେ ନୋମିନିଙ୍କୁ ବେସ୍ ପ୍ରିମିୟମ ପ୍ରଦାନ କରାଯିବ । ଜଏଣ୍ଟ ଲାଇଫରେ ପତି-ପତ୍ନୀଙ୍କୁ ଜୀବିତ ଥିବା ଯାଏଁ ପେନସନ ଏବଂ ନୋମିନିଙ୍କୁ ବେସ ପ୍ରିମିୟମ ପ୍ରଦାନ କରାଯିବ । ୪୦ରୁ ୮୦ ବର୍ଷ ବୟସ୍କ ବ୍ୟକ୍ତି ଏହି ପଲିସି ନେଇ ପାରିବେ ।

ପଲିସିର ବିଶେଷତ୍ୱ: ପଲିସି ନେବା ମାତ୍ରକେ ହିଁ ଆପଣଙ୍କର ପେନସନ ପ୍ଲାନ ଆରମ୍ଭ ହୋଇଯିବ । ତେବେ ପେନସନ ମାସିକ, ତ୍ରୈମାସିକ, ଷଣ୍ମାଷିକ ବା ବାର୍ଷିକ ରହିବ ଏହା ଆପଣଙ୍କ ଉପରେ ନିର୍ଭର କରିବ । ଉଭୟ ଅନଲାଇନ ଏବଂ ଅଫଲାଇନରେ ଆପଣ ଏହି ଅର୍ଥ କାଢି ପାରିବେ । ସର୍ବନିମ୍ନ ୧୨ ହଜାର ଟଙ୍କାରୁ ଏହି ପଲିସି ଆରମ୍ଭ ହେଉଥିବା ବେଳେ ସର୍ବାଧିକ ରାଶିର କୌଣସି ସୀମା ନାହିଁ । ଏହି ପଲିସି ଧାରକଙ୍କ ପଲିସି ନେବାର ୬ ମାସ ମଧ୍ୟରେ ଲୋନ୍ ମଧ୍ୟ ମିଳିପାରିବ ।

Get real time updates directly on you device, subscribe now.