fbpx

୧୦୦୦ ଲିଟର ଦେଶୀ ମଦ ସହ ପିକ୍‌ଅପ୍‌ ଭ୍ୟାନ ଜବତ: ୩ ଗିରଫ

ତିହିଡି (ଭାସ୍କର ନ୍ୟୁଜ୍‌): ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସନ୍ତୋଷ କୁମାର ବଳ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ସାବରଙ୍ଗ ଥାନା ଅନ୍ତର୍ଗତ ନଛିପୁର ଗ୍ରାମରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବାଲେଶ୍ୱରରୁ ଭଦ୍ରକ ଆସୁଥିବା ଗୋଟିଏ ମହିନ୍ଦ୍ରା ପିକଅପ ଭ୍ୟାନରୁ (ଓଆର-୨୨ଏ-୪୪୩୮) ୧୦୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ସାବରଙ୍ଗ ଥାନା ଅନ୍ତର୍ଗତ ନଛିୁର ଗ୍ରାମର ପ୍ରଦୀପ ବେହେରା ଓରଫ ବାପୁନ, ବାସୁଦେବପୁର ଥାନା ଅନ୍ତର୍ଗତ ଆର୍ତ୍ତୁଙ୍ଗ ଗ୍ରାମର ନିର୍ମଳ ନାଥ ଓ ସିମୁଳିଆ ଥାନା ଅନ୍ତର୍ଗତ ମାଟିଆପଡ଼ା ଗ୍ରାମର ସୁନୀଲ ବର୍ମାଙ୍କୁ ଗିରଫ କରାଯାଇଛି । ଜବତ ମଦ ଓ ଗାଡ଼ିର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଧାମନଗର ଓ.ଆଇ.ସି ପ୍ରହଲ୍ଲାଦ ସାମଲ, ଏ.ଏସ.ଆଇ ପୁରୁଷୋତ୍ତମ ମଲ୍ଲିକ, କନେଷ୍ଟବଳ ରମେଶ ନାୟକ, ଅଜିତ କୁମାର ସିଙ୍କୁ, ଅନବାଦିତ୍ୟ ବାରିକ ଓ ଜେମାମଣି ଜାମୁଡା ପ୍ରମୁଖ ସାମିଲ ଥିଲେ । ଏନେଇ ଅବକାରୀ ବିଭାଗ ପକ୍ଷରୁ ୯୩/ ୨୧ ମୂଳେ ମାମଲା ରୁଜ୍ଜୁ କରାଯାଇଛି ।

Get real time updates directly on you device, subscribe now.