fbpx

ବିଶ୍ୱର ବୃହତ୍ ରେଡିଓ ଟେଲିସ୍କୋପ କରିବ ଏଲିଏନଙ୍କ ସନ୍ଧାନ, ବୈଜ୍ଞାନିକଙ୍କ ଖୁଲାସା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବିଜ୍ଞାନ ବହୁତ ଅଗ୍ରଗତି କରିଥିଲେ ହେଁ ଏଲିଅନଙ୍କୁ ନେଇ ବହୁ ପଛରେ ରହିଛି । ବିଭିନ୍ନ ସମୟରେ ଏଲିଅନଙ୍କୁ ନେଇ ଅନେକ ଚର୍ଚ୍ଚା ହେଉଥିଲେ ହେଁ ସମ୍ପୂର୍ଣ୍ଣ ବିବରଣୀ ହସ୍ତଗତ ହୋଇପାରିନାହିଁ । ତେବେ ଏଣିକି ଟେଲିସ୍କୋପ ମାଧ୍ୟମରେ ଏଲିଅନଙ୍କ ସନ୍ଧାନ ମିଳିପାରିବ । ଫ୍ରି ୟୁନିଭରସିଟି ଅଫ୍ ତ୍ୱିଲ୍ସର ଫିଜିକ୍ସ ପ୍ରଫେସର ଡା. ଜାଜା ଓରସ୍ମାନୋବ ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ଚୀନର ଫାଇଭ୍ ହଣ୍ଡ୍ରେଡ୍ ମିଟର ଆପରଟର ସ୍ପିଅରିକାଲ ରେଡିଓ ଟେଲିସ୍କୋପ (ଫାଷ୍ଟ) ମାଧ୍ୟମରେ ଏଲିଅନ ଯାନ, ଏଲିଅନ ଯନ୍ତ୍ର ଓ ଏଲିଅନ ରୋବଟ ବିଷୟରେ ଜାଣିହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ଡା. ଜାଜା କହିଛନ୍ତି ଯେ, ବନ୍ ନ୍ୟୁମାନ ପ୍ରୋବ୍ସ ମାଧ୍ୟମରେ ଅତ୍ୟାଧୁନିକ ସଭ୍ୟତାଙ୍କର ସନ୍ଧାନ କରିବା ସମ୍ଭବ ଅଟେ । ଯଦି ହଜାର, ଲକ୍ଷ ସଂଖ୍ୟାରେ ଏଲିଅନ ରୋବଟସ, ଯନ୍ତ୍ର ଧରିତ୍ରୀ ଆଡ଼କୁ ଆସିବେ, ତେବେ ଏଲିଅନଙ୍କ ପାଇଁ ବିପଦ ବଢ଼ିଯିବ । ତେବେ ଏଲିଅନ ଯଦି ନିଜର ନକଲ ବନାଇବା ସମୟରେ ଧରିତ୍ରୀର ପ୍ରାକୃତିକ ସ୍ରୋତର ଉପଯୋଗ କରନ୍ତି, ତା’ହେଲେ ମାନବ ସଭ୍ୟତା ପ୍ରତି କ୍ଷତି ସାବ୍ୟସ୍ତ ହୋଇପାରେ । ତେଣୁ ଚୀନର ଫାଷ୍ଟ ଟେଲିସ୍କୋପ ଆମକୁ ଏଲିଅନଙ୍କୁ ଖୋଜିବାରେ ସହାୟତା କରିପାରେ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଚୀନର ଫାଷ୍ଟ ଟେଲିସ୍କୋପ ହେଉଛି ବିଶ୍ୱର ସର୍ବବୃହତ ରେଡିଓ ଟେଲିସ୍କୋପ, ଯାହାକି ୨୦୧୧ରେ ଆରମ୍ଭ ହୋଇ ୨୦୧୬ରେ ସମାପ୍ତ ହୋଇଥିଲା । ୨୦୨୦ରେ ଏହି ଟେଲିସ୍କୋପ କାର୍ଯ୍ୟ ଆରମ୍ଭ କରିସାରିଛି । ରେଡିଓ ଫ୍ରିକ୍ୱେନ୍ସି କାରଣରୁ ହେଉଥିବା ବାଧାକୁ ହଟାଇ ପାରିଲେ ଅନ୍ତରୀକ୍ଷରୁ ଭୂପୃଷ୍ଠକୁ ଆସୁଥିବା ଏଲିଅନଙ୍କ ସିଗନାଲକୁ ଠାବ କରିହେବ । ତେବେ ଏହି ଟେଲିସ୍କୋପ ଜରିଆରେ ଏଲିଅନଙ୍କ ସହ ଯୋଗାଯୋଗ କରିହେବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।

Get real time updates directly on you device, subscribe now.