ଭୁବନେଶ୍ୱର: ଭାରତୀୟ ବଜାରରେ କ୍ରୁଜର ବାଇକ ପ୍ରତି ଉତ୍ସାହ ଲଗାତାର ବଢ଼ିବାରେ ଲାଗିଛି । ପୂର୍ବରୁ ହାର୍ଲେ ଡେଭିଡସନ, ଇଣ୍ଡିଆନ ଭଳି ଦାମୀ କ୍ରୁଜର ବାଇକ ରହିଥିଲା । କିନ୍ତୁ ଏବେ ବଜାଜ, ସୁଜୁକୀ ଭଳି କମ୍ପାନୀର କ୍ରୁଜର ବାଇକ ବଜାରରେ ଉପଲବ୍ଧ ହେଉଛି । ଆଜି ଆମେ ଆପଣଙ୍କୁ ଦେଶର କିଛି ଶସ୍ତା କ୍ରୁଜର ବାଇକ୍ ବିଷୟରେ କହିବାକୁ ଯାଉଛୁ ଯାହାର ଦାମ ୨ ଲକ୍ଷରୁ କମ୍ ରହିଛି ।
Bajaj Avenger Cruise 220
୧୩ ଲିଟର କ୍ଷମତା ବିଶିଷ୍ଟ ବଜାଜ ଆଭେଞ୍ଜରରେ ହାଇଲୋଜେନ ବଲ୍ୱ, ଡିଜିଟାଲ ଆନାଲଗ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ରହିଛି ଯାହା ଏହି ବାଇକକୁ ଏକ ଭଲ ମର୍ଡନ ଲୁକ୍ ଦେଇଥାଏ । ଏହାର ପ୍ରାରମ୍ଭିକ ଦାମ ୧.୩୨(ଏକ୍ସ-ସୋରୁମ) ଲକ୍ଷ ରହିଛି । ବଜାଜ ଆଭେଞ୍ଜର କ୍ରୁଜ ୨୨୦ରେ ୨୨୦ ସିସି କ୍ଷମତା ଇଞ୍ଜନ ରହିଛି ଯାହା ୧୮.୭୬ ବିଏଚପି ପାୱାର ଏବଂ ୧୭.୫୫ ଏନଏମ ଟର୍କ ଜେନେରେଟ କରିଥାଏ । କମ୍ପାନୀ ଅନୁଯାୟୀ ଏହାର ମାଇଲେକ ୪୦ କିମି ପ୍ରତିଲିଟର ରହିଛି ।
Suzuki Intruder
ଏହି ବାଇକରେ ସୁଜୁକୀ ୧୫୫ ସିସିର ସିଙ୍ଗିଲ ସିଲିଣ୍ଡର ଇଞ୍ଜିନ ବ୍ୟବହାର କରିଛି । ଯାହା ଏୟାର କୁଲ୍ଡ ଫୁଏଲ ଇଞ୍ଜେକ୍ସନ ଟେକନିକ୍ ଉପରେ ଆଧାରିତ । ଏଥିରେ ୫ ସ୍ପିଡ ଗିୟର ବକ୍ସ ଦିଆଯାଇଛି । ମାଇଲେଜକୁ ନେଇ କମ୍ପାନୀର ଦାବି ରହିଛି ଯେ ଏହା ୩୮.୫ କିଲୋମିଟର ପ୍ରତି ଲିଟର ମାଇଲେଜ ଦେଇଥାଏ । ବାଇକର ପ୍ରାରମ୍ଭିକ ଦାମ ୧୨.୭ ଲକ୍ଷ ଟଙ୍କା ରହିଛି ।
Royal Enfiled Bullet 350
ରୟାଲ ଏନଫିଲ୍ଡ ର ସବୁଠୁ ଶସ୍ତା ବାଇକ ବୁଲେଟ ରେ ରେଟ୍ରୋ ଷ୍ଟାଇଲିଙ୍ଗ ଅଧିକ ରହିଥାଏ । କମ୍ପାନୀ ଏହି ବାଇକରେ ୧୩.୫ ଲିଟରର କ୍ଷମତା ର ଫୁଏଲ ଟ୍ୟାଙ୍କ ଏବଂ ୧୯ ଇଞ୍ଚର ଚକା ଦେଇଛି । କମ୍ପାନୀ ଅନୁଯାୟୀ ବାଇକ ୩୫ କିମିର ମାଇଲେଜ ଦେଇଥାଏ । ସିଙ୍ଗିଲ ସିଟ୍ ଏବଂ ଲମ୍ବା ଏକ୍ସହଷ୍ଟ ସହ ଏହି ବାଇକ ଆଜିବି ଯୁବପିଢ଼ୀଙ୍କ ପସନ୍ଦ ହୋଇରହିଛି । ଏହି ବାଇକର ଦାମ ମଧ୍ୟ ଦୁଇ ଲକ୍ଷରୁ କମ ରହିଛି ।
Jawa 42
ଜାୱା ୪୨ ରେଟ୍ରୋ ଏବଂ ମର୍ଡନ ଷ୍ଟାଇଲିଙ୍ଗର ଏକ ବଳିଷ୍ଠ ଉଦାହରଣ, ଏଥିରେ ୧୪ ଲିଟରର ଫୁଏଲ ଟ୍ୟାଙ୍କ ସହ ଲମ୍ବା ସାଇଲେନ୍ସର ରହିଛି । ବାଇକରେ ୨୯୩ ସିସିର ଇଞ୍ଜିନ ବ୍ୟବହାର କରାଯାଇଛି । ଏହା ମଧ୍ୟ ୨ ଲକ୍ଷରୁ କମ ରହିଛି । କମ୍ପାନୀ ଅନୁଯାୟୀ ଏହାର ମାଇଲେଜ ୩୫ କିମି/ଲିଟର ରହିଛି ।