fbpx

ସରିଲା ସର୍ବଦଳୀୟ ବୈଠକ, ମଦମୁକ୍ତ ନିର୍ବାଚନ ପାଇଁ ପ୍ରସ୍ତାବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ଭୋଟ୍ ପାଇଁ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି । ସର୍ବଦଳୀୟ ବୈଠକରେ ୪ଟି ଦାବି ହୋଇଛି । ମଦମୁକ୍ତ ନିର୍ବାଚନ ପାଇଁ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । ନିର୍ବାଚନର ୭ ଦିନ ପୂର୍ବରୁ ମଦକୁ ବନ୍ଦ କରିବାକୁ ପ୍ରସ୍ତାବ ଦିଆଯାଇଛି । ଭୋଟର ତାଲିକା ତ୍ରୁଟିଶୂନ୍ୟ କରିବାକୁ ବୈଠକରେ ପ୍ରସ୍ତାବ ଦିଆଯାଇଛି । ସରପଞ୍ଚ ଓ ସମିତି ସଭ୍ୟଙ୍କ ଖର୍ଚ୍ଚ ସୀମା ୨ ଲକ୍ଷ କରିବାକୁ ଦାବି ହୋଇଛି । ପୂର୍ବରୁ ଖର୍ଚ୍ଚ ସୀମା ୮୦ ହଜାର ଟଙ୍କା ଥିବା ବେଳେ ଏହାକୁ ଡବଲ କରିବାକୁ ପ୍ରସ୍ତାବ ଦିଆଯାଇଛି ।

ସେହିପରି ଜିଲ୍ଲା ପରିଷଦ ସଭ୍ୟଙ୍କ ଖର୍ଚ୍ଚ ସୀମା ୨ରୁ ୫ ଲକ୍ଷ ଟଙ୍କା କରିବାକୁ ଦାବି ହୋଇଛି । ଏହା ସହିତ ଭୋଟ୍ ଗ୍ରହଣ ସମୟ ଅବଧି ବଢ଼ାଇବାକୁ ଦାବି ହୋଇଛି । ଏବେ ସକାଳ ୭ଟାରୁ ଦିନ ୧୨ଟା ହେଉଛି ଭୋଟ ଗ୍ରହଣ । ଆଉ ୨ ଘଣ୍ଟା ଅବଧି ବଢ଼ାଇବାକୁ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।

Get real time updates directly on you device, subscribe now.