fbpx

ବଡ଼ ଖବର; ବିଜେଡିରେ ମିଶିଲେ ବରିଷ୍ଠ ନେତା ପ୍ରଦୀପ ମାଝୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପାଇଁ ରାଜନୀତି ଏବେ ଜୋର ଧରିଥିବା ବେଳେ ଦଳ ଅଦଳବଦଳ ନୀତି ଆରମ୍ଭ ହୋଇଛି । ଏହାରି ମଧ୍ୟରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ବିଜେଡିରେ ଯୋଗଦେଇଛନ୍ତି ବରିଷ୍ଠ ନେତା ପ୍ରଦୀପ ମାଝୀ । ଶତାଧିକ ସମର୍ଥକଙ୍କୁ ନେଇ ପ୍ରଦୀପ ବିଜେଡିରେ ସାମିଲ ହୋଇଛନ୍ତି । ନବରଙ୍ଗପୁରରେ ଆୟୋଜିତ ମିଶ୍ରଣ ପର୍ବରେ ସେ ଶଙ୍ଖରେ ଧରିଛନ୍ତି । ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି ।

ତେବେ କଂଗ୍ରେସରୁ ଇସ୍ତଫା ଦେଇଥିବା ପ୍ରଦୀପ ମାଝି ବିଜେଡିରେ ଯୋଗ ଦେବା ନେଇ ପୂର୍ବରୁ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ । ଦକ୍ଷିଣାଞ୍ଚଳର ବିକାଶ ଲାଗି ସେ କଂଗ୍ରେସରୁ ଇସ୍ତଫା ଦେଇଥିବା କହିଥିଲେ । ତାଙ୍କ ସହ କଂଗ୍ରେସର କିଛି ବରିଷ୍ଠ ବିଧାୟକ ବି ଦଳ ଛାଡ଼ିଥିଲେ । ବିଜେଡିରେ ମିଶିବା ନେଇ ସେ ଏକ ପ୍ରେସମିଟରେ କହିଥିଲେ ଯେ, ‘କଂଗ୍ରେସରେ ରହିଲେ କୌଣସି ଉନ୍ନତି ହେବ ନାହିଁ । ଗରିବ କଲ୍ୟାଣକାରୀ କାମ କରୁଛି ବିଜେଡି । ଅବିଭକ୍ତ କୋରାପୁଟର ଲୋକଙ୍କ ପାଇଁ ଆହୁରି ଉନ୍ନତି ହେବ । ବିଜେଡିରେ ମିଶି ମୁଖ୍ୟମନ୍ତ୍ରୀଙ୍କ ମୁଠାକୁ ଆହୁରି ଶକ୍ତିଶାଳୀ କରିବୁ । ଆମ ପଛୁଆ ଜିଲ୍ଲାର ଉନ୍ନତି କରିବାକୁ ଆମକୁ ବିଜେଡି ସହଯୋଗ କରିବ । କାରଣ କଂଗ୍ରେସ ଆଉ ସରକାରଙ୍କୁ ଫେରିବ ନାହିଁ ।’

Get real time updates directly on you device, subscribe now.