fbpx

ଦୁନିଆର ପ୍ରଥମ ମାମଲା; ‘ଜଳବାୟୁ ପରିବର୍ତ୍ତନ’ ରେ ପୀଡିତ ହେଲେ ମହିଳା, ଏପରି ରହିଛି ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ଆଜିର ସମୟରେ ‘ଜଳବାୟୁ ପରିବର୍ତ୍ତନ’ ସବୁଠାରୁ ବଡ଼ ମହାମାରୀ ଭାବେ ସାମ୍ନାକୁ ଆସିଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରାୟତଃ ସମସ୍ତ ଦେଶ ଓ ପୃଥିବୀ ବାହାର ମଧ୍ୟ ପ୍ରଭାବିତ ହେଉଛି । ସମାଜର ପ୍ରତ୍ୟେକ ଲୋକଙ୍କ ଉପରେ ଏହି ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡ଼ୁଛି । ଏବେ ଦୁନିଆରେ ‘ଜଳବାୟୁ ପରିବର୍ତ୍ତନ’ର ପ୍ରଥମ ରୋଗୀ ଚିହ୍ନଟ ହୋଇଛନ୍ତି । କାନାଡାର ବ୍ରିଟିସ୍ କଲମ୍ବିଆ ଅଞ୍ଚଳରେ ଜଣେ ଡାକ୍ତର ‘ଜଳବାୟୁ ପରିବର୍ତ୍ତନ’ ରେ ପୀଡିତ ହୋଇ ପ୍ରଥମ ରୋଗୀ ଭାବେ ଚିହ୍ନଟ ହୋଇଛନ୍ତି । ଏପରି ମାମଲା ଦୁନିଆରେ ପ୍ରଥମ ଥର ସାମ୍ନାକୁ ଆସିଛି । ପୀଡିତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି, ଯାହାକି ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ ରହିଛି ।

କୁହାଯାଉଛି ଯେ, ଏହି ପୀଡିତା ଜଣକ ହେଉଛନ୍ତି ୭୦ ବର୍ଷୀୟା ମହିଳା । କାନାଡାରେ ଏହି ମହିଳାଙ୍କ ନାଁ ବର୍ତ୍ତମାନ ସୁଦ୍ଧା ସାର୍ବଜନୀନ କରାଯାଇନାହିଁ । ବ୍ରିଟିଶ କଲମ୍ବିଆର ନେଲସନସ୍ଥିତ ଜରୁରୀକାଳୀନ ବିଭାଗରେ ପହଞ୍ଚିବା ପରେ ତାଙ୍କୁ ଡାକ୍ତର କାଇଲ ମେରିଟ ଚେକଅପ୍ କରିଥିଲେ । ପୀଡିତା ଶ୍ୱାସରୋଗରେ ପୀଡିତ ହୋଇଥିବା ବେଳେ ତାଙ୍କୁ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି ।

କାନାଡାର ସ୍ୱାସ୍ଥ୍ୟ କର୍ମୀମାନେ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ରୋଗୀର ଲକ୍ଷଣ ଏପରି ହୋଇଛି । ଡକ୍ଟର ମେରଟ ତାଙ୍କ ରିପୋର୍ଟରେ ଲେଖିଛନ୍ତି ଯେ, ୧୦ ବର୍ଷ ମଧ୍ୟରେ ଏହା ପ୍ରଥମ ଥର ପାଇଁ ସେ ଅନୁଭବ କରିଛନ୍ତି ଯେ ରୋଗୀର ଅସୁସ୍ଥତାର କାରଣ ହେଉଛି ଜଳବାୟୁ ପରିବର୍ତ୍ତନ ।

Get real time updates directly on you device, subscribe now.