fbpx

ଲୋକପ୍ରିୟ Smart TV ଆପକୁ ବ୍ୟାନ୍ କଲା ଗୁଗୁଲ୍, ଆପଣ ତୁରନ୍ତ କରନ୍ତୁ ଡିଲିଟ୍

ନୂଆଦିଲ୍ଲୀ: ଗୁଗୁଲ ପକ୍ଷରୁ ଏବେ ଫ୍ରଡ୍ ଆପ୍ ଗୁଡ଼ିକୁ ବ୍ୟାନ୍ କରାଯାଉଛି । କିଛି ଫ୍ରଡ୍ ଆପ୍ ଲୋକଙ୍କୁ ଠକିବା ପାଇଁ ନାନା ପ୍ରକାର ପ୍ରଲୋଭନ ଦେଖାଉଛନ୍ତି । ତେଣୁ ଗୁଗୁଲ୍ ସେହିଭଳି କିଛି ଆପ୍ କୁ ଏେବେ ପ୍ଲେ ଷ୍ଟୋର୍ ରୁ ହଟାଉଛି । ଏହି କ୍ରମରେ ଗୁଗୁଲ ପ୍ଲେ ଷ୍ଟୋରରେ ଅଧିକ ସର୍ଚ୍ଚ କରାଯାଉଥିବା Smart TV remote ଆପ୍ ଓ Halloween Coloring ଆପ୍ କୁ ହଟାଇ ଦେଇଛି । Kaspersky ର ସିକ୍ୟୁରିଟି ଆନାଲିଷ୍ଟ୍ ନାତ୍ୟତା ଶିଶକୋୱା ଟୁଇଟ୍ କରି ଏହି ଦୁଇ ଆପ୍ ର ନାଁକୁ ଖୁଲାସା କରିଛନ୍ତି । ଏହି ଦୁଇ ଆପ୍ ହେଉଛି ଜୋକର୍ ମାଲୱେୟାର୍ ଅଧୀନସ୍ଥ ଆପ୍ ।

ଜୋକର୍ ମାଲେଓୟାର୍ ହେଉଛି ଏକ ପପୁଲାର୍ ମାଲୱେୟାର୍ । ରିପୋର୍ଟରେ କୁହାଯାଇଛି ଯେ, ଏହି ଦୁଇ ଆପ୍ କୁ ଯାଞ୍ଚ କରାଯାଇଥିଲା । ସ୍ମାର୍ଟ ଟିଭି ରିମୋଟ୍ ଆପ୍ ଓ ହଲୋୱିନ୍ କଲରିଙ୍ଗ ଆପ୍ ରେ ଦୁଇଟି ଫାଇଲ୍ ରହିଥିଲା । ଯାହା ଆପଣଙ୍କ ଫୋନ୍ ରୁ ସହଜରେ ଡାଟା ଲିକ୍ କରିପାରିଥାନ୍ତା । ତେବେ ଏହି ଦୁଇ ଫାଇଲ୍ ଏପରି ପ୍ରସ୍ତୁତ କରାଯାଇଛି ବା ଏନକ୍ରିପଟେଡ୍ କରାଯାଇଛି ଯାହା ଆଣ୍ଟି ଭାଇରସ୍ କବଳକୁ ବି ଆସୁନାହିଁ ।

ତେଣୁ କୌଣସି ଆପ୍ କୁ ଡାଉନଲୋଡ୍ କରିବା ପୂର୍ବରୁ ପ୍ଲେ ଷ୍ଟୋରରେ ରିଭ୍ୟୁ ଯାଞ୍ଚ କରନ୍ତୁ । ଏହି ଦୁଇଟି ଆପ୍ ଯଦି ରହିଛି ତେବେ ତାକୁ ମୋବାଇଲ୍ ରୁ ତୁରନ୍ତ ଡିଲିଟ୍ କରନ୍ତୁ ।

Get real time updates directly on you device, subscribe now.