fbpx

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଜଗତସିଂହପୁର: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଗାଡ଼ିକୁ ଆଜି ଅଣ୍ଡାମାଡ଼ ହୋଇଛି । ନାଉଗାଁ ବ୍ଲକ ମୁଣ୍ଡାଳ ନିକଟରେ ଅଣ୍ଡାମାଡ଼ ସହିତ କଳାପତାକା ପ୍ରଦର୍ଶନ କରାଯାଇଛି । ଏକ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ଛାତ୍ର ଓ ଯୁବ କଂଗ୍ରେସ କର୍ମୀ ପ୍ରତିବାଦ କରିଥିଲେ । ଲଖିମପୁର ଖେରି ହିଂସା ଓ ଦରଦାମ ବୃଦ୍ଧିକୁ ନେଇ ପ୍ରତିବାଦ କରିବା ସହ ଅଣ୍ଡାମାଡ଼ କରିଥିବା ଜଣାପଡିଛି ।

ଅନ୍ୟପଟେ ମମିତା ଘଟଣାରେ ନବୀନ ନିବାସ ସହ ଡିଜିପି କ୍ୟାମ୍ପ ଅଫିସ ଘେରାଉ କରିବାର ଉଦ୍ୟମ କରିଥିଲେ ଛାତ୍ର କଂଗ୍ରେସ କର୍ମୀ । ଏହା ପରେ ଛାତ୍ର କଂଗ୍ରେସ ପକ୍ଷରୁ ପୋଲିସ ଉପରକୁ ଟମୋଟୋ ମାଡ଼ ହୋଇଥିବା ଦେଖିବାକୁ ମିଳିଛି । ବିକ୍ଷୋଭ ବେଳେ ଆନ୍ଦୋଳନକାରୀଙ୍କୁ ଉଠାଇନେଇଛି ପୋଲିସ । ଆଗାମୀ ଦିନରେ ବିଧାନସଭା ଘେରାଉ ପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ ଏହି ରାଲିରେ ସୁର ରାଉରରାୟ, ସତ୍ୟ ନାୟକ, ରଜତ ଚୌଧୁରୀ ପ୍ରମୁଖ ସାମିଲ ହୋଇଥିଲେ । ଫରେର୍ଷ୍ଟ ପାର୍କ ନିକଟରେ କଂଗ୍ରେସ ରାଲିକୁ ଅଟାଇଥିବା ପୋଲିସ ସହ ଧସ୍ତାଧସ୍ତି ହେବା ସହ ପୋଲିସ ଉପରକୁ ଟମାଟୋ ମାଡ କରିଥିଲେ ଛାତ୍ର କଂଗ୍ରେସ କର୍ମୀ ।

Get real time updates directly on you device, subscribe now.