fbpx

ପୁଣି ଭାରତକୁ ଫେରିବ ଟିକଟକ; Google For Indiaରେ ବଡ ଘୋଷଣା

ନୂଆଦିଲ୍ଳୀ: ଭାରତରେ ଆୟୋଜିତ ହେଉଛି ଗୁଗଲ ଫର ଇଣ୍ଡିଆ ଇଭେଣ୍ଟ । ଏହି ଇଭେଣ୍ଟ ଅବସରରେ ଗୁଗଲ ପକ୍ଷରୁ ଏକାଧିକ ବଡ ଘୋଷଣା କରାଯାଇଛି । ଶର୍ଟ ଭିଡିଓ ଆପ୍ ଟିକଟକ ଦେଶରେ ବ୍ୟାନ ହୋଇଥିବା ବେଳେ ଏହାର ପ୍ରତିବଦଦଳରେ ଏକ ଆପ୍ ଲଞ୍ଚ କରିବାକୁ ଯାଉଛି ଗୁଗୁଲ । ପୂର୍ବରୁ ୟୁଟ୍ୟୁବରେ ଛୋଟ ଭିଡିଓ ବନାଇବାର ସୁବିଧା ରହିଥିବା ବେଳେ ବର୍ତ୍ତମାନ ୟୁଟ୍ୟୁବ ସର୍ଟସ ନାମକ ଏକ ସ୍ୱତନ୍ତ୍ର ଆପ୍ ଲଞ୍ଚ କରିବ ଗୁଗଲ୍ । ଏହି ଆପ ଜରିଆରେ ଆପଣ ୬୦ ସେକେଣ୍ଡର ଭିଡିଓ ତିଆରି କରି ପାରିବେ ।

ଏହା ସହିତ ଏଣିକି ଗୁଗଲରେ ସର୍ଚ୍ଚ କରୁଥିବା ସମସ୍ତ ଜିନିଷକୁ ଆପଣ ନିଜେ ଶୁଣି ପାରିବେ । ୟୁଜର ସର୍ଚ୍ଚ ରେଜଲ୍ଟ ନାମକ ଏହି ଫିଚର ଦ୍ୱାରା ଆପଣ ସର୍ଚ୍ଚ କରିଥିବା କୌଣସି ଜିନିଷର ବିସ୍ତୃତ ସୂଚନା ନିଜେ ଶୁଣି ପାରିବେ । ଅନଲାଇନ ଭାବରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ଗୁଗଲ ସର୍ଚ୍ଚର ମୁଖ୍ୟ ପାଣ୍ଡୁ ନାଏକ ଏହି ଫିଚର ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ସହିତ ୫ ଟି ଭିନ୍ନ ଭିନ୍ନ ଭାଷାରେ ଏହି ସର୍ଚ୍ଚ ରେଜଲ୍ଟ ଶୁଣିବାକୁ ମିଳିବ । ଦେଖି ପାରୁନଥିବା ତଥା ଶୁଣି ଶୁଣି କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ହେବ । ଏହା ସହିତ ବ୍ୟବହାରକାରୀଙ୍କ ନିର୍ଦ୍ଦେଶରେ ଗୁଗଲ କୌଣସି ଏକ ସର୍ଚ୍ଚ ରେଜଲ୍ଟ ସମ୍ପୂର୍ଣ୍ଣ ପଢି ଶୁଣାଇ ପାରିବ । ଗାଡି ଚାଳନା ସମୟରେ ଏହା ସହାୟକ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଭାରତରେ କାମ କରୁଥିବା ସମସ୍ତ ଦୋକାନୀ ମାନଙ୍କ ପାଇଁ ଗୁଗଲ ପେ ଏକ ନୂତନ ଫିଚର ଲଞ୍ଚ କରିଛି । ଦୋକାନୀ ଚାହିଁଲେ ନିଜ ଆକାଉଣ୍ଟ ନମ୍ବର ନଲେଖି କେବଳ କହି ପାରିବେ ।  ଖୁବ ଶୀଘ୍ର ହିଙ୍ଗଲିସ( ହିନ୍ଦୀ ଓ ଇଂରାଜୀ) ଭାଷାର ବ୍ୟବହାର ମଧ୍ୟ ଦେଖିବାକୁ ମିଳିବ। ଏହା ସହିତ ନାସକମ ଏବଂ ଟେକ ମହିନ୍ଦ୍ରା ସହିତ ମିଳିତ ଭାବରେ ସ୍କୋଲାରଶିପ୍ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଗୁଗଲ ଘୋଷଣା କରିଛି ।

Get real time updates directly on you device, subscribe now.