fbpx

ବାହାଘର ପାଇଁ ଶସ୍ତା ସୁନା କିଣିବାର ସୁଯୋଗ, ରେକର୍ଡ ସ୍ତରରୁ ୩ ହଜାର କମରେ ମିଳୁଛି ଗୋଲ୍ଡ

ନୂଆଦିଲ୍ଲୀ: ଯଦି ଆପଣଙ୍କ ଘରେ ବାହାର ବାହାଘର ହେବାକୁ ଯାଉଛି ଓ ସେଥିପାଇଁ ଆପଣ ସୁନା କିଣିବାକୁ ଯାଉଛନ୍ତି, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଛି । କାହିଁକି ନା ଏବେ ରେକର୍ଡ ସ୍ତରରୁ ୩ ହଜାର ଟଙ୍କା ଶସ୍ତା ହୋଇଛି ସୁନା । କରୋନା ପୂର୍ବରୁ ସୁନା ଦର ୫୦ ହଜାର ଟଙ୍କା ଉପରେ ରହୁଥିଲା ।

ତେବେ ଗୁରୁବାର ଦିଲ୍ଲୀ ସର୍ରାଫା ବଜାରରେ ସୁନାର ଦାମରେ ଅଳ୍ପ ବୃଦ୍ଧି ହୋଇଛି । ପୂର୍ବ କାରବାରରେ ବଜାରରେ ସୁନା ୧୦ ଗ୍ରାମ ପ୍ରତି ୪୮,୧୭୫ ଟଙ୍କା ରହିଥିଲା । ସେହିପରି ରୂପା କେଜି ପ୍ରତି ୬୫,୨୬୮ଟଙ୍କାରେ ବିକ୍ରି ହୋଇଥିଲା । ଗତକାଲି ୪୯ ହଜାର ପାଖାପାଖି ସୁନାର ଦାମ୍ ରହିଥିଲା । ଗତବର୍ଷ ନଭେମ୍ୱର ମାସରେ ସୁନା ୫୨ ହଜାର ପାଖାପାଖି ବିକ୍ରି ହୋଇଥିଲା । ହେଲେ ବର୍ତ୍ତମାନକୁ ଦେଖିଲେ ଏହା ରେକର୍ଡ ସ୍ତର ଠାରୁ ୩୦୦୦ ଟଙ୍କା ଶସ୍ତାରେ ମିଳୁଛି । ସେହିପରି ରୂପା ରେକର୍ଡ ସ୍ତର ଠାରୁ ୧ ହଜାର ଟଙ୍କା ମହଙ୍ଗା ହୋଇଛି ।

ଆପଣ ଘରେ ବସି ମଧ୍ୟ ସୁନା ଦାମ୍ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ ୮୯୫୫୬୬୪୪୩୩ ନମ୍ବରକୁ ଏକ ମିସ୍ କଲ ଦେବାକୁ ପଡ଼ିବ ଓ ଆପଣଙ୍କ ଫୋନରେ ଏକ ମେସେଜ୍ ଆସିବ, ଯେଉଁଥିରେ ଆପଣ ଦାମ୍ ଚେକ୍ କରିପାରିବେ । ଏହା ସହ ସୁନାର ଶୁଦ୍ଧତା ଜାଣିବା ପାଇଁ ଆପଣ ‘ବିଆଇଏସ୍ କେୟାର ଆପ୍’ ବ୍ୟବହାର କରିପାରିବେ । ଏହି ଆପ୍ ମାଧ୍ୟମରେ ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବା ସହ କୌଣସି ଅଭିଯୋଗ ମଧ୍ୟ କରିପାରିବେ ।

Get real time updates directly on you device, subscribe now.