fbpx

ଇକୋ ରିଟ୍ରିଟ କ୍ଷେତ୍ର ପରିଦର୍ଶନ କଲେ ପର୍ଯ୍ୟଟନ ନିର୍ଦ୍ଦେଶକ ଓ ଜିଲ୍ଲାପାଳ, ଆରମ୍ଭ ହେଲା ଅନ୍‌ଲାଇନ୍ ବୁକିଂ

କୋଣାର୍କ (ଭାସ୍କର ନ୍ୟୁଜ): କୋଣାର୍କ- ପୁରୀ ବେଳାମାର୍ଗ ରାମଚଣ୍ଡୀ ମୁହାଣ ନିକଟରେ ଡିସେମ୍ବର ଦ୍ୱିତୀୟ ସପ୍ତାହରୁ ୩ମାସ ପର୍ଯ୍ୟନ୍ତ ଚାଲିବ ଇକୋ ରିଟ୍ରିଟ । ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ଏହି ଇକୋ ରିଟ୍ରିଟ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରବିବାରଠୁ ଅନଲାଇନ ବୁକିଂ ଆରମ୍ଭ ହୋଇଥିବା ଜଣାପଡିଛି । ରବିବାର ଅପରାହ୍ନରେ ପର୍ଯ୍ୟଟନ ନିର୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ କ୍ଷେତ୍ର ପରିଦର୍ଶନ କରିଥିଲେ । ରାମଚଣ୍ଡୀ ମୁହାଣ ନିକଟ ବେଳାଭୂମିରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି ।

ଖୁବଶୀଘ୍ର କାର୍ଯ୍ୟାଦେଶ ପାଇଥିବା ଏଜେନ୍ସି ବେଳାଭୂମିରେ ତମ୍ବୁ ଘର କାର୍ଯ୍ୟ ଆରମ୍ବ କରିବ । ବିଦ୍ୟୁତ ସଂଯୋଗ ଓ ପାନୀୟ ଜଳ ବ୍ୟବସ୍ଥା ସରିଲେ ସମୁଦ୍ର କୂଳରୁ ବେଳାଭୂମିରେ ୭୦ ଅତ୍ୟାଧୁନିକ ତମ୍ବୁ ଘର ନିର୍ମାଣ କରାଯିବ । ଏଥିରେ ସମସ୍ତ ସୁବିଧା ସହିତ ସୁରକ୍ଷା ପ୍ରତି ଅଧିକ ଦୃଷ୍ଟି ଦିଆଯିବ । ରାତ୍ରୀଯାପନରେ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟ ପ୍ରବେଶ ପଥରେ ବଡ ତୋରଣ,ସେଲଫି ପଏଂଟ, କନଫରେନ୍ସ ଓ ରିସେପ୍ସନ ହଲ ନିର୍ମାଣ ହେବ । ଏହା ବ୍ୟତୀତ ସର୍ଫିଂଗ ଫେଷ୍ଟିଭାଲ, ପାରାସେଲିଂ,ଯୋଗ ମ୍ୟୁଜିକ ଆଦି କାର୍ଯ୍ୟକ୍ରମ ଆୟୋଜିତ ହେବ । ପର୍ଯ୍ୟଟକମାନେ ବ୍ୟାଟେରୀ ଚାଳିତ ଗାଡିରେ ଇକୋ ରିଟ୍ରିଟ ସ୍ଥଳକୁ ଆସିବେ ।

ଗତ ଦୁଇ ବର୍ଷ ଭଳି ଏଥର ଯାନବାହନ ପାର୍କିଂ ସମସ୍ୟା ଦେଖାଦେବ । ରାସ୍ତା ଦୁଇ ପାଶ୍ୱର୍ରେ ଯାନବାହନ ପାର୍କିଂ ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଦେଉଛି । ଅନ୍ୟମାନଙ୍କ ମଧ୍ୟରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ ପ୍ରମୁଖ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.