fbpx

ନିର୍ବାଚନ ଜିତିଲେ ମହିଳାଙ୍କୁ ମିଳିବ ମାସକୁ ହଜାରେ ଟଙ୍କା: ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା

ନୂଆଦିଲ୍ଲୀ: ନିର୍ବାଚନ ଜିତିଲେ ମହିଳାଙ୍କୁ ମିଳିବ ମାସକୁ ହଜାରେ ଟଙ୍କା । ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ଏମିତି କିଛି ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଏମିତି କିଛି ବଡ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ୨୦୨୨ରେ ହେବାକୁ ଥିବା ପଞ୍ଜାବ ନିର୍ବାଚନ ପୂର୍ବରୁ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରିଛନ୍ତି କେଜ୍ରିୱାଲ । ଯଦି ଆପ୍ ପଞ୍ଜାବରେ ସରକାର ଗଠନରେ ସମର୍ଥ ହୁଏ ତେବେ ସମସ୍ତ ମହିଳାଙ୍କୁ ମାସିକ ୧୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ଯଦି କୌଣସି ଘରେ ୩-୪ ଜଣ ମହିଳା ଅଛନ୍ତି ତାହେଲେ ମାସିକ ମୁଣ୍ଡପିଛା ୧୦୦୦ ଟଙ୍କା ପ୍ରଦାନ କରାଯିବ ।
ଏହି କାର୍ଯ୍ୟକ୍ରମ ଦୁନିଆର ସବୁଠାରୁ ବୃହତ୍ତର ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ହେବ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ୧୮ ବର୍ଷରୁ ଅଧିକ ବୟସର ସମସ୍ତ ମହିଳାଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ । ମିଶନ ପଞ୍ଜାବ ପାଇଁ ଦୁଇ ଦିନିଆ ପଞ୍ଜାବ ଗସ୍ତରେ ରହିଥିବା କେଜ୍ରିୱାଲ ପଞ୍ଜାବର ବିଭିନ୍ନ ସହର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଆପ୍ ପକ୍ଷରୁ ୧୦ ଜଣିଆ ପ୍ରାର୍ଥୀ ତାଲିକା ମଧ୍ୟ ରିଲିଜ ହୋଇଛି ।

Get real time updates directly on you device, subscribe now.