fbpx

୮ଟି ଶିଳ୍ପ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ: ନିବେଶ ହେବ ୧୮୭୨ କୋଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ୮ଟି ପ୍ରକଳ୍ପକୁ ମିଳିଛି ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ । ଏହି ୮ ପ୍ରକଳ୍ପରେ ଆସନ୍ତା ଦିନରେ ୧୮୭୨ କୋଟି ଟଙ୍କା ନିବେଶ ହେବାକୁ ଯାଉଥିବା ବେଳେ ୩୪୬୧ ଜଣଙ୍କୁ ନିଯୁକ୍ତି ମିଳିବ । କଳିଙ୍ଗ ନଗରରେ ଫେରୋ ଆଲୟ ପ୍ଲାଣ୍ଟ ଶ୍ୟାମ ମେଟାଲିକ୍ସ କରିବ ବୋଲି ଜଣାପଡିଛି । ଏହି ପ୍ଲାଣ୍ଟ ପାଇଁ ୩୨୮ କୋଟି ନିବେଶର ଲକ୍ଷ୍ୟ ରହିଥିବା ବେଳେ ୩୩୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ।

କଳିଙ୍ଗ ନଗରରେ ରହିଥିବା ଜିନ୍ଦଲ କୋକ୍ ପ୍ଲାଣ୍ଟ ସଂପ୍ରସାରଣ ପାଇଁ ୪୭୦ କୋଟିର ନିବେଶ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିରେ ୨୭୦ ଜଣଙ୍କୁ ନିଯୁକ୍ତି ମିଳିବ । ଜିଭି ମାଇନ୍ସର ଲୁହାପଥର କନଭେୟିଂ ସିଷ୍ଟମରେ ୧୦୪ କୋଟି ନିବେଶ ସହିତ ୩୮ ନିଯୁକ୍ତି ମିଳିବ ବୋଲି ଜଣାପଡିଛି । ବରଗଡରେ ଗ୍ରୀନ ଟେକ୍ ଏକ ଇଥାନଲ ପ୍ଲାଣ୍ଟ ନିର୍ମାଣ କରିବ । ଏହି ପ୍ଲାଣ୍ଟରେ ୨୫୦ କୋଟି ନିବେଶ ସହିତ ୨୦୨ ଜଣଙ୍କୁ ନିଯୁକ୍ତି ମିଳିବ । ସୋନପୁରରେ ବାୟୋ ଆଗ୍ରୋ ସ୍ଥାପନ କରିବାକୁ ଥିବା ଇଥାନଲ ପ୍ଲାଣ୍ଟରେ ୨୨୮ କୋଟି ନିବେଶ ସହିତ ୩୩୭ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । କନ୍ଧମାଳରେ ନଡାରୁ ଇଥାନଲ ନିର୍ମାଣ କରିବ ଇଣ୍ଡିଆନ ପଟାସ । ଏହି ପ୍ରକଳ୍ପରେ ୨୧୯ କୋଟିର ନିବେଶ ସହିତ ୨୩୮ ଜଣଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରାଯିବ । ଝାରସୁଗୁଡାର ଏନର୍ଜି ଇଣ୍ଟ୍ରୋ ଡିଷ୍ଟିଲାରୀରେ ୨୦୫ କୋଟି ନିବେଶ ସହିତ ୧୯୬ ଜଣଙ୍କୁ ନିଯୁକ୍ତି ମିଳିବ ।

Get real time updates directly on you device, subscribe now.