fbpx

ମୃତକଙ୍କ ପରିବାରକୁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେତେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଲୁଗାଁରେ ପିକନିକ ଗାଡ଼ି ଦୁର୍ଘଟଣାରେ ରଙ୍ଗେଇଲୁଣ୍ଡାର ୩ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଶୋକପ୍ରକାଶ କରିବା ସହିତ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩ ମୃତକ ଛାତ୍ରଙ୍କ ପରିବାରକୁ ଏହି ସହାୟତା ଯୋଗାଇ ଦିଆଯିବ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଆହତ ଛାତ୍ରଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ସେ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବେଲପଡ଼ା ଛକରେ ବସକୁ ପଛରୁ ଧକ୍କା ଦେଇଥିଲା ଟ୍ରକ୍ । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି । ମୃତକମାନେ ହେଲେ ଇ. ଲୋହିଦାସ, ଗଙ୍ଗାଧର ମହାରଣା ଓ ଅସୀତ ବେହେରା । ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳରେ କିଛି ଯାତ୍ରୀ ଘଟଗାଁ ମାଆ ତାରିଣୀ ଦର୍ଶନ ସାରି ବସରେ ଫେରୁଥିଲା । ବସରେ ମୋଟ ୧୯ ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି । ଭୋର ୩ଟା ବେଳେ ବାଲୁଗାଁ ବେଲପଡ଼ା ଛକ ନିକଟରେ ବସଟି ଛିଡା ହୋଇଥିବାବେଳେ ପଛ ପଟରୁ ଆସି ଧକ୍କା ଦେଇଥିଲା ଟ୍ରକ୍ ।

Get real time updates directly on you device, subscribe now.