fbpx

ଜନ୍ମ କରିଥିବା ମା’ ଠାରୁ ଅଧିକ ହକ୍ ରହିଛି ପାଳିତା ମା’ ପାଖରେ: ହାଇକୋର୍ଟ

ଚେନ୍ନାଇ: ଜନ୍ମ ଦେଇଥିବା ମା’ ଠାରୁ ପାଳନ କରିଥିବା ମା’ର ବେଶି ଅଧିକାର ରହିଛି । ଏକ ମାମଲାର ସମାଧାନ କରିବାକୁ ଯାଇ ମଦ୍ରାସ ହାଇକୋର୍ଟ ଏଭଳି କିଛି କହିଛନ୍ତି । ସୁଚନା ଯେ, ତାମିଲନାଡ଼ୁରେ ଗୋଟିଏ ୧୦ ବର୍ଷର ପିଲାକୁ ନେଇ ଦୁଇ ଜଣ ମା’ ସାମନା-ସାମନି ହୋଇଛନ୍ତି । କିନ୍ତୁ ମଦ୍ରାସ ହାଇକୋର୍ଟ ଏହି ମାମଲାର ସମାଧାନ କରିଛନ୍ତି । ଅଦାଲତ କହିଛନ୍ତି ଯେ, ଜନ୍ମ କରିବାର କିଛି ଦିନ ପରେ ଲାଳନ-ପାଳନ କରିଥିବା ମା’ଙ୍କୁ ଅଲଗା କରାଯାଇପାରିବ ନାହିଁ । ଶିଶୁକୁ ସେ ଜନ୍ମ ନକରିଥିଲେ ବି ତାଙ୍କର ଅଧିକାର ରହିଛି । ଖାଲି ସେତିକି ନୁହେଁ କୋର୍ଟ ଆହୁରି ବି କହିଛନ୍ତି ଯେ, ଜନ୍ମ କରିଥିବା ମା’ ବାପା ଓ ଅନ୍ୟ ସମ୍ପର୍କୀୟ ମାନେ ସପ୍ତାହରେ ଥରେ ଯାଇ ଦେଖା କରିପାରିବେ ।

ହାଇକୋର୍ଟ କହିଛନ୍ତି ଯେ, ପିଲାଟି ତାର ପାଳିତା ମାଆ ପାଖରେ ରହିବ । କାରଣ ୧୦ ବର୍ଷ ପର୍ଯ୍ୟନ୍ତ ସେ ତାର ଲାଳନପାଳନ କରିଆସିଛି । ତେଣୁ ପିଲାଟି ଉପରେ ପାଳିତା ମାଆ ବେଶି ଅଧିକାର ରହିଛି । ମାମଲା ଅନୁସାରେ, ପିଲାଟିର ନିଜ ମାଆ ତାକୁ ଜନ୍ମ କରିବା ପରେ ନିଜ ନଣନ୍ଦ ସତ୍ୟା ହାତକୁ ଟେକି ଦେଇଥିଲା । ଏହାପରଠାରୁ ୧୦ ବର୍ଷ ହେଲା ପିଲାଟି ସତ୍ୟା ପାଖରେ ରହିଆସୁଛି । ହାଇକୋର୍ଟର ଜଷ୍ଟିସ୍ ପିଏନ୍ ପ୍ରକାଶ ଓ ଜଷ୍ଟିସ୍ ହେମଲତାଙ୍କ ପୀଠ ଏହି ମାମଲାର ଶୁଣାଣି କରି ଏପରି କହିଛନ୍ତି । ପୀଠ ସଫା ସଫା କହିଛନ୍ତିଯେ, ପିଲାଟି ସାବାଳକ ହେବା ପର୍ଯ୍ୟନ୍ତ ଜନ୍ମ ଦେଇଥିବା ମାଆ ଓ ବାପା କୌଣସି ପ୍ରକାର ଅଧିକାର ଦେଖାଇପାରିବେ ନାହିଁ ।

 

Get real time updates directly on you device, subscribe now.