fbpx

ମୋଦୀ ଏବଂ ଟ୍ରମ୍ପଙ୍କ ପରେ ଚରଖା ଚଲାଇଲେ ସଲମାନ, ଜାଣନ୍ତୁ କାହିଁକି ହେଲେ ଟ୍ରୋଲ

ବଲିଉଡ ଅଭିନେତା ସଲମାନ ଖାନ ଏବେ ତାଙ୍କ ଫିଲ୍ମ ‘ଅନ୍ତିମ’ର ପ୍ରମୋସନରେ ଲାଗିପଡ଼ିଛନ୍ତି । ଏହାରି ମଧ୍ୟରେ ସଲମାନ ସୋମବାର ଅହମଦାବାଦର ମହାତ୍ମା ଗାନ୍ଧୀଙ୍କ ଐତିହାସିକ ସାବରମତୀ ଆଶ୍ରମ ଗସ୍ତ କରିଥିଲେ ଏବଂ ବାପୁଙ୍କ ଚରଖା ଚଲାଇଥିଲେ । ସୋସିଆଲ ମିଡିଆରେ ସଲମାନ ଚରଖା ଚଲାଇବା ଫୋଟୋ ଏବେ ଭାଇରାଲ ହେବାରେ ଲାଗିଛି । ସଲମାନ ଭିଜିଟର୍ସ ବୁକରେ ଲେଖିଛନ୍ତି ସେଠାକୁ ଯାଇ ତାଙ୍କୁ ଖୁବ୍ ଆନନ୍ଦ ଅନୁଭବ ହୋଇଛି, ପ୍ରଥମ ଥର ଚରଖା ଚଲାଇ ମଧ୍ୟ ଖୁବ୍ ଭଲ ଲାଗିଥିବା କହିଛନ୍ତି ସଲମାନ । ପୁଣିଥରେ ଆଶ୍ରମ ଆସିବେ ବୋଲି ମଧ୍ୟ କହିଛନ୍ତି ।

 

View this post on Instagram

 

A post shared by Voompla (@voompla)

ସଲମାନ ଆଶ୍ରମରେ ଥିବା ଗାନ୍ଧୀଜିଙ୍କ ‘ହୃଦୟ କୁଞ୍ଜ’କୁ ମଧ୍ୟ ଯାଇଥିଳେ । ଏହାପରେ ବାରଣ୍ଡାରେ ବସି ଚରଖା ଚଳାଇଥିଲେ ଏହା ସେହି ଚରଖା ଥିଲା ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଆଶ୍ରମ ଗସ୍ତ ସମୟରେ ଚଳାଇଥିଲେ । ଆଶ୍ରମରେ ସଲମାନଙ୍କୁ ପାରମ୍ପାରିକ ଭାବରେ ସୂତାର ମାଳାରେ ସ୍ୱାଗତ କରାଯାଇଥିଲା ଯାହାକୁ ସେ ନିଜ ଷ୍ଟାଇଲରେ ହାତରେ ଗୁଡ଼ାଇଦେଇଥିଲେ । ସଲମାନଙ୍କ ଏହି ଫଟୋ ଏବେ ସେସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

ଗୋଟିଏ ପଟେ ସଲମାନଙ୍କୁ ସାଧା ଜୀବନଶୈଳୀକୁ ନେଇ ତାଙ୍କର ପ୍ରଶଂସା କରୁଥିବାବେଳେ ଅନେକ ତାଙ୍କୁ ଏଥିପାଇଁ ଟ୍ରୋଲ କରିଛନ୍ତି । ଭିଜିଟର୍ସ ବୁକ୍ ରେ ଲେଖିଥିବା ନୋଟକୁ ନେଇ କେହି ତାଙ୍କ ଅକ୍ଷର ଡାକ୍ତର ଭଳି କହୁଥିବାବେଳେ କେହି ତାଙ୍କୁ ଚରଖାର ସ୍ପେଲିଂ ଆସୁନଥିବା ବୋଲି କହୁଛନ୍ତି ।

Get real time updates directly on you device, subscribe now.