fbpx

ସୁମିତଙ୍କୁ ବିଶ୍ୱାସ କରି ମୁଁ ଭୁଲ କରିଥିଲି: କାନ୍ଦି କାନ୍ଦି ତପସ୍ୱିନୀ କହିଲେ ଏମିତି {Video}

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନ୍ୟାୟ ପାଇଁ ଶ୍ୱଶୁର ଘର ସାମ୍ନାରେ ବସି ରହିଥିବା ତପସ୍ୱିନୀ ଦାସ ଆଜି ମଧ୍ୟ ନିରାଶ ହୋଇଛନ୍ତି । କୋର୍ଟରେ ମାମଲାର ତାରିଖ ରହିଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି । କୋର୍ଟରୁ ପୁଣି ଥରେ ନିରାଶ ହେବା ପରେ ତପସ୍ୱିନୀ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିବା ତାଙ୍କ ବୟାନରୁ ସ୍ପଷ୍ଟ ହୋଇଛି । ତେବେ ନ୍ୟାୟ ନ ମିଳିବା ଯାଏଁ ସେ ପଛକୁ ଫେରିବେ ନାହିଁ ବୋଲି ତପସ୍ୱିନୀ କହିଛନ୍ତି ।

ବିଗତ ୮ ଦିନ ଧରି ମୁଁ ଏଠାରେ ବସି ରହିଛି । ୮ ଦିନ ଭିତରେ ମୋତେ ଡାକ୍ତର ସୁମିତଙ୍କ ପକ୍ଷରୁ ସାମାନ୍ୟ ଆଶ୍ୱାସନା ମଧ୍ୟ ମିଳିନାହିଁ । ୮ ଦିନ ହେଲାଣି ଏବଂ ମୁଁ ବହୁତ କଷ୍ଟ ସହିଲିଣି । ମାତ୍ର ଯେତେ କଷ୍ଟ ହେଲେ ବି ନ୍ୟାୟ ନ ମିଳିବା ଯାଏଁ ମୁଁ ଏଠାରୁ ଉଠିବି ନାହିଁ ବୋଲି କହିଛନ୍ତି ତପସ୍ୱିନୀ । ଡାକ୍ତର ସୁମିତଙ୍କୁ ବିଶ୍ୱାସ କରି ମୁଁ ବହୁତ ବଡ ଭୁଲ କରିଥିଲି । ତେବେ ବର୍ତ୍ତମାନ ମୋ ପାଇଁ ଯିବାର ସମସ୍ତ ରାସ୍ତା ବନ୍ଦ ତେଣୁ ନ୍ୟାୟ ନ ପାଇବା ଯାଏଁ ମୁଁ ଏଠାରୁ ଉଠିବି ନାହିଁ ବୋଲି କହିଛନ୍ତି ତପସ୍ୱିନୀ । ଦେଖନ୍ତୁ ଭିଡିଓ……

Get real time updates directly on you device, subscribe now.