fbpx

କାନପୁର ଟେଷ୍ଟ ଡ୍ର ପରେ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପରେ ପଏଣ୍ଟ ତାଲିକାରେ କେଉଁଠି ଭାରତ ?

କାନପୁର : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କାନପୁରର ଗ୍ରୀନପାର୍କରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟ ରୋମାଞ୍ଚକର ଭାବେ ଡ୍ର ହୋଇଛି। ଭାରତ ନ୍ୟୁଜିଲାଣ୍ଡ ସମ୍ମୁଖରେ ୨୮୪ ରନ ବିଜୟ ଲକ୍ଷ୍ୟ ରଖିଥିବା ବେଳେ ଭ୍ରମଣକାରୀ ଦଳ ୯ ଓ୍ଵିକେଟ୍ ହରାଇ ୧୬୫ ରନ କରିଥିଲା। ଦଳ ଅଳ୍ପକେରୁ ପରାଜୟରୁ ବଞ୍ଚିତ ହୋଇଛି। ଖରାପ ଆଲୋକ ଭାରତର ବିଜୟରେ ଭିଲିଆନ ସାଜିଛି। ରବିନ୍ଦ୍ର ଜାଡେଜା ଓ ଆର ଅଶ୍ଵିନ ଘାତକ ବୋଲିଂ କରି ମିଳିତ ୭ ଓ୍ଵିକେଟ୍ ନେଇଛନ୍ତି। ମ୍ୟାଚ୍ ଡ୍ର ହେବାରୁ ଭାରତକୁ ଚାରି ପଏଣ୍ଟ ମିଳିଛି ଏବଂ ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ପଏଣ୍ଟ ଟେବୁଲ୍ରେ ୩୦ ପଏଣ୍ଟ ମିଳିଛି। ଏହି ତାଲିକାରେ ଶ୍ରୀଲଙ୍କା ଶୀର୍ଷରେ ରହିଛି, କାରଣ ଦଳର ପରସେନଟେଜ୍ ଅଫ ପଏଣ୍ଟ ଭାରତଠୁ ଅଧିକ ରହିଛି। କିନ୍ତୁ ମୋଟ୍ ପଏଣ୍ଟ ମାମଲାରେ ଶ୍ରୀଲଙ୍କା ଭାରତଠୁ ବହୁତ ତଳେ ରହିଛି।
ଦଳର ରାଙ୍କିଙ୍ଗ୍ ପରସେନଟେଜ୍ ଅଫ ପଏଣ୍ଟ୍ସ ହିସାବରେ ସ୍ଥିର ହୋଇଥାଏ। ବିଜୟ ପାଇଁ ୧୨ ପଏଣ୍ଟ, ଟାଇ ହେଲେ ଛଅ ପଏଣ୍ଟ ଏବଂ ମ୍ୟାଚ୍ ଡ୍ର ରହିଲେ ଚାରି ପଏଣ୍ଟ ମିଳିଥାଏ। ମ୍ୟାଚ୍ ଜିତିଲେ ୧୦୦ ପରସେନଟେଜ୍ ଅଫ ପଏଣ୍ଟ, ଟାଇ ହେଲେ ୫୦ ପରସେନଟେଜ୍ ଅଫ ପଏଣ୍ଟ ଏବଂ ଡ୍ର ରହିଲେ ୩୩.୩୩ ପରସେନଟେଜ୍ ଅଫ ପଏଣ୍ଟ ମିଳିଥାଏ।
ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ପଏଣ୍ଟ ଟେବୁଲ୍ରେ ଶ୍ରୀଲଙ୍କା ପ୍ରଥମ ଓ ଭାରତ ଦ୍ଵିତୀୟରେ ରହିଛି। ପାକିସ୍ତାନ ତୃତୀୟରେ ଥିବା ବେଳେ ଓ୍ଵେଷ୍ଟଇଣ୍ଡିଜ ଚତୁର୍ଥ, ନ୍ୟୁଜିଲାଣ୍ଡ ପଞ୍ଚମ, ଇଂଲଣ୍ଡ ଷଷ୍ଠରେ ରହିଛି।

Get real time updates directly on you device, subscribe now.