fbpx

ବିଜେପି ରାଜ୍ୟ କୋର କମିଟି ଘୋଷଣା; ସାମିଲ ହେଲେ ଦୁଇ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ବିଜେପି ରାଜ୍ୟ କୋର କମିଟି ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅନୁମୋଦନ କ୍ରମେ ନାମ ଘୋଷଣା କରାଯାଇଛି । ରାଜ୍ୟ କୋର କମିଟିରେ ସଭାପତି ସମୀର ମହାନ୍ତିଙ୍କ ସମେତ ୧୫ ସଦସ୍ୟ ରହିଛନ୍ତି ।

କମିଟିରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ୍, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କୋର କମିଟିରେ ସ୍ଥାନିତ ହୋଇଛନ୍ତି । ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ, ସାଂସଦ ସୁରେଶ ପୂଜାରୀ, କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶର ଟୁଡୁ, ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ ପାତ୍ର, ପୂର୍ବତନ ସଭାପତି ମନମୋହନ ସାମଲ ଓ କେ.ଭି ସିଂଦେଓ ସାମିଲ । ପୂର୍ବତନ ସଭାପତି ବସନ୍ତ ପଣ୍ଡା, ସାଂଗଠନିକ ସା.ସମ୍ପାଦକ ମାନସ ମହାନ୍ତି, ପୂର୍ବତନ ସମ୍ପାଦିକା ସୁରମା ପାଢ଼ୀ କୋର୍ କମିଟିରେ ସ୍ଥାନ ପାଇଛନ୍ତି ।

ସ୍ୱତନ୍ତ୍ର ନିମନ୍ତ୍ରିତ ୨ ସଦସ୍ୟ ମଧ୍ୟ କୋର୍ କମିଟିରେ ସାମିଲ୍ ହୋଇଛନ୍ତି । ସ୍ୱତନ୍ତ୍ର ନିୟନ୍ତ୍ରିତ ସଦସ୍ୟ ହେଲେ ରାଜ୍ୟ ପ୍ରଭାରୀ ଡି.ପୂରନ୍ଦେଶ୍ୱରୀ, ସହ ପ୍ରଭାରୀ ବିଜୟପାଲ ସିଂ ତୋମର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.