fbpx

କୋଭିଡ୍‌ ରୋଗୀଙ୍କ ମର ଶରୀରକୁ ବେଖାତିର, ଦେଢ଼ବର୍ଷ ହେବ ହସ୍ପିଟାଲରେ ପଡ଼ି ସଢୁଛି

ବେଙ୍ଗାଲୁରୁ: ଦୁଇ କୋଭିଡ୍‌ ରୋଗୀଙ୍କ ମର ଶରୀରକୁ ବେଖାତିର । ଗତ ଦେଢ଼ ବର୍ଷ ହେବ ହସ୍ପିଟାଲରେ ପଡ଼ିରହିଛି । ଏହି ଭଳି ଏକ ଉଦବେଗଜନକ ଘଟଣା ଦେଖିବାକଳୁ ମିଳିଛି ବେଙ୍ଗାଲୁରୁ‌ରେ । ୨ ଜଣ କୋଭିଡ୍‌ ରୋଗୀଙ୍କ ମର ଶରୀର ଦେଢ଼ ବର୍ଷ ହେବ ସତ୍କାର ନହୋଇ ପାରି ଶବଗୃହରେ ପଡ଼ି ରହିଛି ।

ସୂଚନା ଅନୁସାରେ, ବେଙ୍ଗାଲୁରୁର ରାଜାଜୀନଗର ସ୍ଥିତ ଇଏସ୍‌ଆଇ ହସ୍ପିଟାଲ୍‌ରେ ଗତ ବର୍ଷ ଜୁନ ମାସରେ ଦୁର୍ଗା ସୁମିତ୍ରା (୪୦) ଏବଂ ୫୦ ବର୍ଷୀୟ ମୁନିରାଜୁ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହୋଇଥିଲେ। ଜୁଲାଇ ୨ରେ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ଉକ୍ତ ୨ ବ୍ୟକ୍ତିଙ୍କ ମର ଶରୀର ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇନଥିଲା। ସଂକ୍ରମଣ ଭୟ ଦେଖାଇ ସେମାନଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇନଥିଲା । ଏଥିସହ ତାଙ୍କ ପରିବାର ସଦସ୍ୟଙ୍କୁ ଶବ ସଂସ୍କାର ହୋଇଥିବା କୁହାଯାଇଥିଲା। କିନ୍ତୁ ସେବେଠାରୁ ଉକ୍ତ ଦୁଇ ମର ଶରୀର ଶବଗୃହରେ ପଡ଼ି ରହିଛି।

ଏହି ପରିପ୍ରେକ୍ଷୀରେ ରାଜାଜୀନଗର ବିଜେପି ବିଧାୟକ ଏବଂ ପୂର୍ବତନ ମନ୍ତ୍ରୀ ଏସ୍‌ ସୁରେଶ କୁମାର ଏସଂକ୍ରାନ୍ତରେ କର୍ଣ୍ଣାଟକ ଶ୍ରମମନ୍ତ୍ରୀ ଏ ଶିବରାମ ହେବ୍ବରଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି । ଉକ୍ତ ଘଟଣାରେ ସେ ତଦନ୍ତ ଦାବି କରିଛନ୍ତି ଏବଂ ଏଭଳି ଅମାନବୀୟ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବେଙ୍ଗାଲୁରୁ ପୌର ନିଗମ ଏବଂ ଇଏସ୍‌ଆଇ କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି ବିଜେପି ବିଧାୟକ କହିଛନ୍ତି।

Get real time updates directly on you device, subscribe now.